ନୂଆଦିଲ୍ଲୀ,୦୭/୦୯: ଆସନ୍ତା ୨୮ରେ  ଭୁବନେଶ୍ୱରରେ ଅନୁଷ୍ଠିତ ହେବ  ନ୍ୟାୟପାଳିକାର ଦ୍ୱିତୀୟ ମହାକୁମ୍ଭ ।  ଏହା ମିଳିତ ଭାବେ ଓଡ଼ିଶା ସରକାରଙ୍କ  ଆଇନ ବିଭାଗ ଏବଂ ଆଡଭୋକେଟ୍‌  ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ  ଆୟୋଜନ କରାଯାଉଛି । ଏହି  ମହାକୁମ୍ଭରେ ସୁପ୍ରିମକୋର୍ଟର ମୁଖ୍ୟ  ବିଚାରପତି ବି ଆର୍‌ ଗଭାଇ ଓ ଅନ୍ୟ ବିଚାରପତିମାନେ ଯୋଗଦେବାର  କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ବିଭିନ୍ନ  ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି,  ଆଡଭୋକେଟ୍‌ ଜେନେରାଲ, ଭାରତ  ସରକାରଙ୍କ ଆଟର୍ଣ୍ଣି ଜେନେରାଲ  ଓ ସଲିସିଟର ଜେନେରାଲ ମଧ୍ୟ  ଯୋଗଦେବେ । ଏହି ମହାକୁମ୍ଭ  ଭୁବନେଶ୍ୱର ଲୋକସେବା ଭବନରେ  ହେବ । ଓଡ଼ିଶା ସରକାରଙ୍କ ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଶନିବାର  ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।