ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟରେ ଅଗ୍ରଗତି ହୋଇଛି : ଜୁଏଲ ଓରାମ

ରାଉରକେଲା, ୨୮/୧୧ : ୨୦୨୩ ପୁରୁଷ ହକି ବିଶ୍ୱ କପକୁ ନେଇ ରାଉରକେଲାରେ ସୌନ୍ଦର୍ଯ୍ୟକରଣ ଚାଲିଥିବା ବେଳେ ବିମାନ ବନ୍ଦରର ସମ୍ପ୍ରସାରଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ସୋମବାର ସୁନ୍ଦରଗଡ଼ ସାଂସଦ ତଥା ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ବିମାନ ବନ୍ଦର ପରିଦର୍ଶନ କରିଛନ୍ତି। ରନୱେ, ଆପ୍ରୋନ କାର୍ଯ୍ୟ ଶେଷ ହୋଇଥିବା ବେଳେ ଟର୍ମିନାଲ ବିଲ୍ଡିଂ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ଥିବା ସାଂସଦ ସୂଚନା ଦେଇଛନ୍ତି।
ବର୍ଷ ସାରା ରାଉରକେଲାରୁ କୋଲକାତା ବିମାନ ସେବା କିପରି ଚାଲିବ ସେନେଇ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ କଥା ହୋଇଥିବା ଜୁଏଲ କହିଛନ୍ତି। ଏହା ସହ ଫୁଲ୍ ଫେଜରେ ବିମାନ ସେବା ଚଳାଚଳ ଲାଗି ଯୋଜନା ପ୍ରସ୍ତୁତ ହୋଇଛି। ରାଉରକେଲା ବିମାନ ବନ୍ଦର ସମ୍ପ୍ରସାରଣ କାର୍ଯ୍ୟ ସମ୍ପର୍କରେ ଜୁଏଲ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।