ଉପ କନିଷ୍ଠ ବାଳକ ହକି: ଆଜି ସେମି ଫାଇନାଲ ମୁକାବିଲା, ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଟକ୍କର

ରାଉରକେଲା/ଭୁବନେଶ୍ୱର ୨୭/୦୫: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ଉପ କନିଷ୍ଠ ବାଳକ ହକି ଚାମ୍ପିଅନସିପ୍ରେ ଶୁକ୍ରବାର ସେମି ଫାଇନାଲ ଖେଳାଯିବ । ପ୍ରଥମ ସେମି ଉତ୍ତର ପ୍ରଦେଶ ଓ ହରିଆନା ଏବଂ ଦ୍ୱିତୀୟ ସେମି ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ରହିଛି । କ୍ୱାର୍ଟର ଫାଇନାଲରେ ଓଡ଼ିଶା ୭-୦ରେ ଦାଦ୍ରା ନଗର ହାବେଳିକୁ ପରାଜିତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା । ମଧ୍ୟ ପ୍ରଦେଶ ମଧ୍ୟ ଏକ ଶକ୍ତିଶାଳୀ ଦଳ । କିନ୍ତୁ ଘରୋଇ ଗ୍ରାଉଣ୍ଡରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଓଡ଼ିଶା ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ।