କୋରାପୁଟ, ୫।୮ :  ଜଣେ ମୃତ ଶିକ୍ଷକଙ୍କ ସଂଶୋଧିତ ପେନସନ  କରାଇବାକୁ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ନନ୍ଦପୁର ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର କିରାଣି ।  ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସେ ପଡ଼ିଛନ୍ତି। କିରାଣି ଜଣକ ହେଉଛନ୍ତି ସମ୍ବିତ ତ୍ରିପାଠୀ।

 ୨୦୧୯ ମସିହାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ  ଘଟିଥିଲା। ମୃତ ଶିକ୍ଷକଙ୍କ ସଂଶୋଧିତ ପେନସନ ଓ ଗ୍ରାଚ୍ୟୁଇଟି କାଗଜପତ୍ର ପାଇଁ ୩୦ ହଜାର ଟଙ୍କା କିରାଣି ସମ୍ବିତ ତ୍ରିପାଠୀ ତାଙ୍କ ପରିବାରକୁ ମାଗିଥିଲେ। ଏ ନେଇ ମୃତ ଶିକ୍ଷକଙ୍କ ସ୍ତ୍ରୀ ଭିଜିଲାନ୍ସରେ ଜଣାଇଥିଲେ। ଯୋଜନା ମୁତାବକ ପ୍ରଥମ ପର୍ଯ୍ୟାୟରେ ସମ୍ବିତ ୧୫ ହଜାର ଟଙ୍କା ସେମିଳିଗୁଡା ବସଷ୍ଟାଣ୍ଡରେ  ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଥିଲେ। ଭିଜିଲାନ୍ସ ପକ୍ଷରୁ ସେମିଳିଗୁଡାରେ ଥିବା ସମ୍ବିତଙ୍କ  ଭଡ଼ା ଘର ଓ ନନ୍ଦପୁର ଅଫିସରେ ଚଢାଉ କରାଯାଇଛି।