PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

୪୦ ଜଣ ମହିଳା ପ୍ରଫେସରଙ୍କୁ ଅଶ୍ଳୀଳ କଲ୍ କରି ଦେଉଥିଲା ଦୁଷ୍କର୍ମ ଧମକ, ପିଲାର ବୟସ ମାତ୍ର…

Close up of woman's hands with smartphone and unknown incoming phone call on it, fraud or scam schemes

ଜୟପୁର ୧୩।୭: ରାଜସ୍ଥାନ ବିଶ୍ୱବିଦ୍ୟାଳୟର ପ୍ରାୟ ୪୦ ଜଣ ପ୍ରଧ୍ୟାପିକାଙ୍କୁ ଅଶ୍ଳୀଳ ଟେଲିଫୋନ୍‌ କରୁଥିଲା ଏହି ତରୁଣ ପିଲାଟି। କେବଳ କଲ୍ ନୁହେଁ ବରଂ ଦୁଷ୍କର୍ମ ଧମକ ମଧ୍ୟ ଦେଉଥିଲା। ନାନା ତନାଘନା ପରେ ଏବେ ଜୟପୁର ପୁଲିସ ତାକୁ ଅଟକ ରଖିଛି। ଘଟଣାଟି ଘଟିଛି ହରିୟାଣାର ହିସାର ଅଞ୍ଚଳରେ।  

ଅପରିଚିତ ନମ୍ବରରୁ ଅଶ୍ଳୀଳ କଲ୍‌ ପାଇଥିବା ବିଷୟରେ ଜୟପୁରର ମହେଶ ନଗର ଥାନାରେ ଜୁଲାଇ ତିନି ତାରିଖ ଦିନ ଜଣେ ପ୍ରଧ୍ୟାପିକାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ କରୁଥିଲା। ସେ କହିଥିଲେ କି, ବିଭିନ୍ନ ସମୟରେ ଆସୁଥିବା କଲ୍‌ଗୁଡ଼ିକର ଟେଲିଫୋନ୍‌କାରୀ ଜଣେ ମାତ୍ର ଲୋକ।

ଏ ବିଷୟରେ ତଦନ୍ତ କରିବା ପାଇଁ ପୁଲିସ ଟିମ୍‌ ଗଠନ କରାଯାଇଥିଲା। ତଦନ୍ତ ସମୟରେ ପୁଲିସ ଟିମ୍‌ ଜାଣିଲା ଯେ ଆପତ୍ତିଜନକ ଜିନିଷ ଥିବା ଗୋଟାଏ କୋରିୟର୍‌ ଜଣେ ମହିଳାଙ୍କ ଘରେ ଡେଲିଭରି କରାଯାଇଛି। ତାହାକୁ ଆଧାର କରି ପୁଲିସ ସନ୍ଦିଗ୍ଧର ଆଇପି ଆଡ୍ରେସ୍‌ ପାଇବାରେ ସମର୍ଥ ହୋଇଥିଲା। ପୁଲିସ କହିବା ଅନୁସାରେ, ପିଲାଟିର ବୟସ ମାତ୍ର ୧୬ବର୍ଷ। ସେ ଅଶ୍ଳୀଳ କଲ୍‌ କରିବାକୁ ଅଭିଯୁକ୍ତ ବିଶ୍ୱବିଦ୍ୟାଳୟର ଓ୍ଵାଇ-ଫାଇ ସଂଯୋଗ ବ୍ୟବହାର କରୁଥିଲା। ତା’ର ବାପା ମଧ୍ୟ ସେ ବିଶ୍ୱବିଦ୍ୟାଳୟରେ ଜଣେ ପ୍ରଫେସର। ରାଜସ୍ଥାନ ବିଶ୍ୱବିଦ୍ୟାଳୟର ଓ୍ବେବ୍‌ସାଇଟ୍‌ରୁ ସେ ପ୍ରଧ୍ୟାପିକାମାନଙ୍କର ନମ୍ବର ସଂଗ୍ରହ କରିଥିଲା