ସିରିଜ୍ ଏ’: ଜୁଭେଣ୍ଟସ୍-ପାରମା ମ୍ୟାଚ୍ ଡ୍ର’, ରୋନାଲ୍ଡୋଙ୍କ ଡବଲ ଗୋଲ୍

ରୋମ, ୪ ।୧ (ଏଜେନ୍ସି): ଜୁଭେଣ୍ଟସ ସହ ନୂଆ ସିଜନ ଆରମ୍ଭ କରିଥିବା କ୍ରିଷ୍ଟିଆନୋ ରୋନାଲ୍ଡୋ ଚଳିତ ସିରିଜ୍ ଏ’ରେ ପାରମା ବିପକ୍ଷରେ ଡବଲ୍ ଗୋଲ୍ ସ୍କୋର କରିଛନ୍ତି । ଫଳରେ ମ୍ୟାଚ୍ ୩-୩ ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଥିଲା । ଏହି ମ୍ୟାଚ୍ ଡ୍ର’ ସତ୍ତେ୍ୱ ଜୁଭେଣ୍ଟସ୍ ପଏଣ୍ଟ ତାଲିକାରେ ସର୍ବାଧିକ ୬୦ ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି ।
ମ୍ୟାଚ୍ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ରୋନାଲ୍ଡୋ ଦଳକୁ ଅଗ୍ରଣୀ କରିବା ନେଇ ବହୁ ପ୍ରୟାସ ସତ୍ତେ୍ୱ ଆରମ୍ଭରୁ ସଫଳ ହୋଇ ପାରି ନଥିଲେ । ଖେଳର ୩୬ତମ ମିନିଟ୍ରେ ସେ ସଫଳ ହୋଇଥିଲେ । ଏକ ଚମତ୍କାର ଗୋଲ୍ ଜରିଆରେ ଦଳକୁ ପ୍ରଥମାର୍ଦ୍ଧରେ ୧-୦ ଗୋଲ୍ରେ ଅଗ୍ରଣୀ କରାଇଥିଲେ ।
ଦ୍ୱିତୀୟାର୍ଦ୍ଧ ଖେଳରେ ଗୋଲ୍ ବର୍ଷା ହୋଇଥିଲା । ଜୁଭେଣ୍ଟସ ୨ଟି ଗୋଲ୍ ଏବଂ ପାରମା ୩ଟି ଗୋଲ୍ ସ୍କୋର କରିଥିଲା । ୬୨ତମ ମିନିଟ୍ରେ ଜୁଭେଣ୍ଟସର ଡି ରୁଗାନି ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ମାତ୍ର ୨ ମିନିଟ୍ ମଧ୍ୟରେ ପାରମା ଗୋଲ୍ ଖାତା ଖୋଲି ସ୍ଥିତି ୧-୨ କରିଥିଲା । ପୁଣି ଏହାର ୨ ମିନିଟ୍ ଅନ୍ତରରେ (୬୬ ମିନିଟ୍) ରୋନାଲ୍ଡୋ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ୍ ସ୍କୋରି ଦଳକୁ ୩-୧ରେ ଅଗ୍ରଣୀ କରାଇଥିଲେ । ତେବେ ପାରମା ପରବର୍ତ୍ତୀ ସମୟରେ ଆଉ ୨ଟି (୭୪ ମିନିଟ୍ ଓ ୯୦୍ମ୩) ଗୋଲ୍ କରି ଖେଳ ଅମୀମାଂସିତ ରଖିବାରେ ସଫଳ ହୋଇଥିଲା ।