PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

ବିଜେଡିରୁ ଇସ୍ତଫା ଦେଲେ ପାରଳାଖେମୁଣ୍ଡି ପୂର୍ବତ୍ତନ ବିଧାୟକ କେ.ନାରାୟଣ ରାଓ

ପାରଳାଖେମୁଣ୍ଡି ୧୯/୩: ଟିକେଟ ବଣ୍ଟନ ପରେ ଅନେକ ପ୍ରାର୍ଥୀ ଟିକେଟ ନପାଇବାରୁ କ୍ଷୋଭ ପ୍ରକାଶ କରି ଦଳ ଛାଡିବା ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଦଳରୁ ନେତାମାନେ ଇସ୍ତଫା ଦେବାରେ ଲାଗିପଡିଛନ୍ତି। ଆଜି ସକାଳେ ବିଜେଡିର କୁସୁମ ଟେଟେ ଦଳ ଛାଡିଥିଲେ । କଂଗ୍ରେସର ପୂର୍ବତନ ବିଧାୟକ ସାଧୁ ନେପାକ ମଧ୍ଯ ଦଳ ଛାଡିଛନ୍ତି । ଏବେ ବିଜେଡିର କେ.ନାରାୟଣ ରାଓ ଦଳରୁ ଇସ୍ତଫା ଦେଇଛନ୍ତି ।

ବିଜେଡିରୁ ଇସ୍ତଫା ଦେଇଛନ୍ତି ପାରଳାଖେମୁଣ୍ଡିର ପୂର୍ବତ୍ତନ ବିଧାୟକ କେ. ନାରାୟଣ ରାଓ । ଟିକେଟ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ଦେଇଛନ୍ତି ନାରାୟଣ । ତାଙ୍କ ସହ ୬୦ରୁ ଅଧିକ ଲୋକ ପ୍ରତିନିଧି ମଧ୍ଯ ଇସ୍ତଫା ଦେଇଛନ୍ତି । ଇସ୍ତଫା ପତ୍ରରେ କ୍ଷୋଭ ପ୍ରକାଶ କରିଛନ୍ତି ନାରାୟଣ । ଜଣେ ଅଜଣା ଲୋକଙ୍କୁ ବିଜେଡି ଟିକେଟ ମିଳିଥିବା ସେ ଅଭିଯୋଗ କରିଛନ୍ତି ।

ଆଜି ଏକ ବୈଠକ କରି ସମର୍ଥକଙ୍କ ମତ ଲୋଡି ସେ ଦଳ ଛାଡିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ । ଦୀର୍ଘ ୨୦ ବର୍ଷ ଧରି ଦଳ ପାଇଁ କାମ କରିଆସୁଥିଲେ ମଧ୍ଯ ଦଳ ତାଙ୍କୁ ଧୋକା ଦୋଇଥିବା ସେ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ତାଙ୍କ ନାଁ ବାଦ୍ ପଡିବା ପରେ ସେ ଦଳ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ ।