PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ମଳିନ ହେଉଛି ହିନ୍ଦୁ ଦେବାଦେବୀଙ୍କ ଚିତ୍ର, ମା’ କାଳୀଙ୍କ ହାତରେ ସିଗାରେଟ୍ ଓ LGBT ଝଣ୍ଡା… ଫିଲ୍ମ “କାଳୀ”ର ପୋଷ୍ଟରକୁ ନେଇ ବଢିଲା ବିବାଦ

ନୂଆଦିଲ୍ଲୀ, ୦୪/୦୭ : ଡକ୍ୟୁମେଣ୍ଟ୍ରୀ ଫିଲ୍ମ “କାଳୀ”ର ପୋଷ୍ଟରକୁ ନେଇ ବଢିଲା ବିବାଦ। ଏହି ପୋଷ୍ଟରରେ ମା’ କାଳୀ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଛି। ଏପରିକି ମା’ କାଳୀ ଗୋଟିଏ ହାତରେ ତ୍ରିଶୂଳ ଏବଂ ଅନ୍ୟ ହାତରେ ଏଲଜିବିଟି ଝଣ୍ଡା ଧରିଥିବା ଦେଖିବାକୁ ମିଳିଛି। ହିନ୍ଦୁ ଦେବାଦେବୀଙ୍କ ଚିତ୍ରକୁ ଏଭଳି ଭାବରେ ମଳିନ କରାଯାଉଥିବାରୁ ଫିଲ୍ମ ମେକର ଲୀନା ମଣିମେକଲଇଙ୍କୁ ଗିରଫ କରିବାକୁ ଦାବି ଜୋର୍ ଧରିଛି।

ଜୁଲାଇ ୨ରେ ଡକ୍ୟୁମେଣ୍ଟ୍ରୀ ଫିଲ୍ମ କାଳୀର ପୋଷ୍ଟର ରିଲିଜ୍ ହୋଇଥିଲା। ଏହି ପୋଷ୍ଟର ରିଲିଜ୍ ହେବା ପରଠାରୁ ସୋସିଆଲ୍ ମିଡିଆରେ ଏହାକୁ ଜୋରଦାର୍ ବିରୋଧ କରାଯାଉଛି। ୟୁଜରମାନେ ଫିଲ୍ମ ମେକର ଲୀନା ମଣିମେକଲଇଙ୍କି ଗିରଫ କରିବାକୁ ଦାବି କରୁଛନ୍ତି। ସୋସିଆଲ ମିଡିଆରେ ଏବେ #arrestleenamanimekalai ଟ୍ରେଣ୍ଡ୍ କରୁଛି। ଫିଲ୍ମ ମେକର ଏଭଳି ପୋଷ୍ଟର ରିଲିଜ୍ କରି ମା କାଳୀଙ୍କୁ ଅସମ୍ମାନ କରିଛନ୍ତି। ଯାହାକି ହିନ୍ଦୁଙ୍କ ଭାବନାକୁ ଗଭୀର ଆଘାତ ଲାଗିଛି।

ଏପରିକି ସୋସିଆଲ ମିଡିଆରେ ଜଣେ ୟୁଜର କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅମିତ ଶାହଙ୍କ ଯାଏଁ ସମସ୍ତଙ୍କୁ ଟ୍ୟାଗ୍ କରିଛନ୍ତି। ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଯେ, ଲାଜ ଲାଗିବା ଉଚିତ୍, ଏ ଯେଉଁ ଚିତ୍ର ଦେଖାଇଛ ଏହା ତୁମର… ମା’ କାଳୀଙ୍କର ନୁହେଁ। ଏହି ଦୁଷ୍କର୍ମ ପାଇଁ ତୁମକୁ କେଵେ କ୍ଷମା ମିଳିବ ନାହିଁ।