ମାର୍କଫେଡ୍ ଅଧ୍ୟକ୍ଷା ଭାବେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେଲେ କବିତା ମଞ୍ଜରୀ ପରିଡ଼ା

ବାଳକାଟି,୧୯/୦୩: ମାର୍କଫେଡ୍ର ଅଧ୍ୟକ୍ଷା ଭାବେ କବିତା ମଞ୍ଜରି ପରିଡ଼ା ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟରେ ମୋଟ ୨୧ ଜଣ ନିର୍ଦ୍ଦେଶକ ଥିବା ବେଳେ କବିତା ସର୍ବସମ୍ମତ୍ତିକ୍ରମେ ବିଜୟ ଲାଭ କରିଛନ୍ତି । କବିତା ବର୍ତ୍ତମାନ ମହିଳା ବିଜେଡିର ରାଜ୍ୟ ସମ୍ପାଦିକା ଥିବା ବେଳେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷା ଥିଲେ । ସୁଶ୍ରୀ ପରିଡା ମାର୍କଫେଡ୍ର ଅଧ୍ୟକ୍ଷା ଭାବେ ନିର୍ବାଚିତ ହେବା ପରେ ବାଲିଅନ୍ତା, ବାଲିପାଟଣା, ଜଟଣୀ ଓ ଭୁବନେଶ୍ୱରର ବିଭିନ୍ନ ସଙ୍ଗଠନ ତାଙ୍କୁ ଶୁଭେଚ୍ଛା ଓ ସ୍ୱାଗତ ଜଣାଇଛନ୍ତି । ଏହି ବିଜୟ ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।