PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

ସାଉଥ୍ ସହ ବଲିଉଡ୍ ଇଣ୍ଡଷ୍ଟ୍ରିକୁ ତୁଳନା କଲେ କାଜଲ ଅଗ୍ରୱାଲ, କହିଲେ-‘ହିନ୍ଦୀ ସିନାମାରେ ଡିସିପ୍ଲିନ୍‌ର ଅଭାବ ରହିଛି’

prabhatkhabar

ନୂଆଦିଲ୍ଲୀ ୦୧/୦୪: ଉଭୟ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିଥିବା ପ୍ରତ୍ୟେକ କଳାକାରଙ୍କୁ ଗଣମାଧ୍ୟମ ତରଫରୁ ଗୋଟିଏ କଥା ନିଶ୍ଚିତ ପଚରାଯାଏ । ହିନ୍ଦୀ ଓ ସାଉଥ୍‌ ମଧ୍ୟରେ ସେମାନଙ୍କ ପସନ୍ଦର ସିନେ ଇଣ୍ଡଷ୍ଟ୍ରି କେଉଁଟା? ଅଧିକାଂଶ ସମୟ ପ୍ରାୟ ସବୁ କଳାକାର କୂଟନୈତିକ ଉତ୍ତର ଦେଇଥାନ୍ତି । ‘ସିଂଘମ୍‌’, ‘ସ୍ପେଶାଲ୍‌ ୨୬’, ‘ମଗଧୀରା’ ଓ ‘ଥୁପକ୍କି’ ଭଳି ଫିଲ୍ମ କରିଥିବା କାଜଲ ଅଗ୍ରୱାଲ କିନ୍ତୁ ବଲିଉଡ୍‌ ନୁହେଁ, ଦକ୍ଷିଣ ଇଣ୍ଡଷ୍ଟ୍ରିରେ କାମ କରିବାକୁ ପସନ୍ଦ କରନ୍ତି । ଏ କଥା ସେ ନିଜେ କହିଛନ୍ତି । ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିକୁ ସେ ଅତ୍ୟନ୍ତ ବନ୍ଧୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଏହା ସମସ୍ତଙ୍କୁ ଗ୍ରହଣ କରିନିଏ ବୋଲି ତାଙ୍କ ମତ ।

କାଜଲ କହିଛନ୍ତି, ହିନ୍ଦୀ ବ୍ୟାପକ ମାନ୍ୟତାପ୍ରାପ୍ତ ଭାଷା ହୋଇଥିବାରୁ ଅନେକ କଳାକାର ହିନ୍ଦୀ ଇଣ୍ଡଷ୍ଟ୍ରିରେ କ୍ୟାରିଅର୍‌ ଆରମ୍ଭ କରିବାକୁ ଚାହାନ୍ତି । କିନ୍ତୁ ସେ ଅନୁଭବ କରନ୍ତି ଯେ ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରି ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଏବଂ କଳାକାରଙ୍କୁ ଗ୍ରହଣ କରିଥାଏ । ଏଥିସହିତ ଅନେକ ପ୍ରତିଭାସମ୍ପନ୍ନ ଟେକ୍ନିସିଆନ୍‌ ଓ ନିର୍ଦ୍ଦେଶକ ୪ ପ୍ରମୁଖ ଦକ୍ଷିଣ ଭାରତୀୟ ଭାଷା ତେଲୁଗୁ, ତାମିଲ, ମାଲାୟାଲମ୍‌ ଓ କନ୍ନଡ଼ରେ ଦମ୍‌ଦାର ବିଷୟ ପ୍ରସ୍ତୁତ କରୁଛନ୍ତି ।

ସେ କହିଛନ୍ତି, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ପ୍ରତି ଗ୍ରହଣଶୀଳ ଓ ଦୟାଳୁ ହୋଇଥିଲେ ମଧ୍ୟ ସାଉଥ୍‌ରେ ମିଳିଥିବା ପରିସଂସ୍ଥାନ, ନୀତି, ମୂଲ୍ୟବୋଧ ଓ ଅନୁଶାସନକୁ ସେ ପସନ୍ଦ କରନ୍ତି । ମୁମ୍ବାଇରେ ବଢ଼ିଥିବା ଓ ଅଧ୍ୟୟନ କରିଥିବା କାଜଲ ହାଇଦ୍ରାବାଦ ଓ ଚେନ୍ନାଈକୁ ନିଜର ଘର ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର