ଇବ୍ରାହିମଙ୍କ ଡେବ୍ୟୁ ଫିଲ୍ମରେ କାଜୋଲଙ୍କ ଏଣ୍ଟ୍ରି, ଏହି ଭୂମିକାରେ ନଜର ଆସିବେ ଅଭିନେତ୍ରୀ

ନୂଆଦିଲ୍ଲୀ ୨୮/୧୧: ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ୍ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। କରଣ ଜୋହର ଏହି ଫିଲ୍ମ ନିର୍ମାଣ କରିବେ। ଫିଲ୍ମଟିକୁ ବୋମନ ଇରାନୀଙ୍କ ପୁଅ କାୟୋଜ ନିର୍ଦ୍ଦେଶନା ଦେବେ। ଏଥି ମଧ୍ୟରେ ଫିଲ୍ମକୁ ନେଇ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି। ମିଡିଆ ରିପୋର୍ଟ ଅନୁଯାୟୀ, କାଜୋଲ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ।
ରିପୋର୍ଟରେ ଦର୍ଶାଯାଇଛି ଯେ କାଜୋଲ କରଣଙ୍କ ପରବର୍ତ୍ତୀ ପ୍ରଡକ୍ସନ୍ ବେଞ୍ଚରକୁ ସାଇନ୍ କରିଛନ୍ତି। ଏହି ଫିଲ୍ମରେ ସେ ଇବ୍ରାହିମଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମଟି ଆସନ୍ତା ବର୍ଷ ଆରମ୍ଭରେ ଫ୍ଲୋର୍କୁ ଆସିବ। କାଜୋଲ ଏକ ଭାବପ୍ରବଣ ଶକ୍ତିଶାଳୀ ଚରିତ୍ରରେ ଅଭିନୟ କରିବେ ଏବଂ ଇବ୍ରାହିମନଙ୍କ ସହ ଅଧିକ ସ୍କ୍ରିନ୍ ସେୟାର କରିବେ।
ଫିଲ୍ମର ଏକ ଅଂଶ ହୋଇ କାଜୋଲ ବହୁତ ଖୁସି ଅଛନ୍ତି। ଏହାପୂର୍ବରୁ କାଜୋଲ ଇବ୍ରାହିମଙ୍କ ବାପା ସୈଫଙ୍କ ସହ ଦିଲ୍ଲଗି, ହେମେଶା ଏବଂ ତାହ୍ନାଜୀ: ଦି ଅନସଙ୍ଗ ୱାରିଅର ଭଳି ଫିଲ୍ମରେ ଅଭିନୟ କରିଛନ୍ତି।