ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାଙ୍ଗିରିପୋଷିରେ କାଳ ବୈଶାଖୀ ତାଣ୍ଡବ ; କୁଆପଥର ମାଡ଼ରେ ୧ ହଜାରରୁ ଊର୍ଦ୍ଧ୍ବ ପରିବାର କ୍ଷତିଗ୍ରସ୍ତ

Published By : Gurupada Nath | March 21, 2025 4:41 PM

ବାଙ୍ଗିରିପୋଷି, ୨୧/୩ : ବାଙ୍ଗିରିପୋଷି ଅଞ୍ଚଳରେ ତାଣ୍ଡବ ରଚିଛି କାଳ ବୈଶାଖୀ। ପ୍ରବଳ ବର୍ଷା ସାଙ୍ଗକୁ କୁଆ ପଥର ମାଡ଼ରେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ପଡିଛି ଘର ଦ୍ୱାର। ଉଜୁଡି ଯାଇଛି ଚାଷ ଜମି ଓ ପନିପରିବା ଚାଷ। ବ୍ଲକର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ବ ଘରର ଏଜବେଷ୍ଟସ, ଟାଇଲ ଓ ଚାଳ ଭାଙ୍ଗି ଉଡ଼ିଯାଇଛି । ଶହ ଶହ ବାଇକର ମିରର, କାରର କାଚ ଭାଙ୍ଗି ଚୁରମାର ହୋଇଯାଇଛି। 

ଘର ଭିତରେ ପାଣି ପଶି ରନ୍ଧା ଖାଦ୍ୟ ନଷ୍ଟ ହେବାଠାରୁ ଆରମ୍ଭ କରି ଘରେ ଥିବା ଆସବାବପତ୍ର, ଲୁଗାପଟା, ଧାନ ଚାଉଳ, ପିଲାଙ୍କ ବହି ଖାତା ସବୁ ଭିଜି ଓଦା ହେଇଯାଇଛି। ବାଙ୍ଗିରିପୋଷି ବଜାର ମଧ୍ୟରେ ଥିବା ବହୁ ଦୋକାନ ଘର ମଧ୍ୟ କୁଆ ପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛି । ଆଗକୁ ପୁଣି ବର୍ଷା ପାଇଁ ସତର୍କ ସୂଚନା ଥିବାରୁ ପୀଡ଼ିତ ପରିବାର ମଧ୍ୟରେ ପୁଣି ଭୟ ଜାତ ହେବାରେ ଲାଗିଛି। ଅନ୍ୟପକ୍ଷେ ଯୁଦ୍ଧ କାଳୀନ ଭିତ୍ତିରେ ସେବା ଯୋଗାଇ ଦେବାକୁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଦରକାର ପଡିଲେ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ସହ ଖାଦ୍ୟ ଦେବାକୁ ନିର୍ଦେଶ ଦେଇଛନ୍ତି। 

ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଯେପରି ଗୋଟିଏ ବି ପୀଡ଼ିତ ପରିବାର ଯେପରି ସରକାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତି ଏହାକୁ ସୁନିଶ୍ଚିତ କରିବାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ବିଧାୟିକା ସଞ୍ଜଲୀ ମୁର୍ମୁ ଏ ନେଇ ଆଲୋଚନା କରିଛନ୍ତି। ମନ୍ତ୍ରୀ ମଧ୍ୟ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୁଣ୍ଡ ଗୁଞ୍ଜିବାକୁ ଘର ଛାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଅନ୍ତତଃ ପ୍ରାଥମିକ ଭାବେ ଖଣ୍ଡେ ଖଣ୍ଡେ ପଲିଥିନ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.