PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ କଲେ କଳାହାଣ୍ଡି ଜିଲ୍ଲାପାଳ

କୋକସରା, ୨୧/୧୧ : 5T ସ୍ମାର୍ଟ ସ୍କୁଲ କାର୍ଯ୍ୟ ତଦାରଖ କଲେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେସା ରେଡ୍ଡୀ। ସୋମବାର ଜିଲ୍ଲାପାଳ କୋକସରା ବ୍ଲକ ଗସ୍ତର ଆସିଥିବା ବେଳେ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ମାଝୀଗୁଡା, ଫୁଫଗା, କାଶିବାହଲ, ଧନସରା ଠାରେ ନିର୍ମାଣଧୀନ ସ୍ମାର୍ଟ ସ୍କୁଲ ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିଛନ୍ତି।

ମାଝୀଗୁଡା ହାଇସ୍କୁଲ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ଭେଟି ଶିକ୍ଷାଦାନ ଉପରେ ପିଲାଙ୍କ ସହ ଆଲୋଚନା କରିବା ସହ ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲାପାଳଙ୍କ ଗସ୍ତ ସମୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ପାୱାର ସଚିନ ପ୍ରକାଶ, ଧର୍ମଗଡ ଉପଜିଲ୍ଲାପାଳ ବେଦ ଭୂଷଣ, କୋକସରା ବିଡିଓ ଉତ୍ତମ କୁମାର ବାଗ, ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣାକନିଷ୍ଠ ଯନ୍ତ୍ରୀ ଅଜୟ ସେନାପତି, ସୁକାନ୍ତ ବେହେରା ଉପସ୍ଥିତ ରହିଥିଲେ।