PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

‘କିସାନ’ଠୁ ‘କାଳିଆ’ ଢେର୍‌ ଭଲ

source:en.wikipedia.org

ଭୁବନେଶ୍ୱର,୩ା୨(ବ୍ୟୁରୋ): ଆମ ମୁଖ୍ୟମନ୍ତ୍ରୀଙ୍କ ‘କାଳିଆ’ ପ୍ରଧାନମନ୍ତ୍ରୀଙ୍କ ‘କିସାନ’ଠାରୁ ଢେର୍‌ ଭଲ । ଚାଷୀଙ୍କ ପାଇଁ ‘କିସାନ’ ଯେତିକି ସହାୟତା ଦେବ, କାଳିଆ ତା’ଠାରୁ ଅନେକ ଗୁଣରେ ଅଧିକ ସହାୟତା ଦେବ । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଆଜି ‘କାଳିଆ’ ସପକ୍ଷରେ ଏମିତି ଯୁକ୍ତି ବାଢ଼ିଛନ୍ତି । ଏକ ତୁଳନାତ୍ମକ ଚିତ୍ର ବି ରଖିଛନ୍ତି ।
ଶ୍ରୀ ଜେନା କହିଛନ୍ତି, କାଳିଆ ଯୋଜନାରେ ୫ ଏକର ପର୍ଯ୍ୟନ୍ତ ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଉଛି । ଅଢ଼େଇ ବର୍ଷରେ ରାଜ୍ୟର ହିତାଧିକାରୀ ଚାଷୀ ମୋଟ୍‌ ୨୫,୦୦୦ ଟଙ୍କା ପାଇବେ । କିନ୍ତୁ କିସାନ ଯୋଜନାରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ବର୍ଷକୁ ମାତ୍ର ୬,୦୦୦ ଟଙ୍କାର ସହାୟତା ପାଇବେ ।
‘କାଳିଆ’ ଯୋଜନାରେ ଚାଷୀ ଓ ନାମମାତ୍ର ଚାଷୀଙ୍କ ବ୍ୟତୀତ ଭୂମିହୀନ, ଭାଗ ଚାଷୀ ଓ କୃଷି ଶ୍ରମିକଙ୍କୁ ସାମିଲ କରାଯାଇଛି । ଏଣୁ ରାଜ୍ୟର ମୋଟ୍‌ ୯୨% ଚାଷୀ ଏହାର ଫାଇଦା ପାଇବେ । ଏମାନଙ୍କ ମଧ୍ୟରେ ୩୦.୧୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ୧୦ ଲକ୍ଷ ଭୂମିହୀନ ଓ ୧୦ ଲକ୍ଷ କୃଷି ଶ୍ରମିକ ଅଛନ୍ତି । ଅପରପକ୍ଷରେ ‘କିସାନ’ରେ ସାରା ଦେଶର ୧୨ କୋଟି ଚାଷୀ ଉପକୃତ ହେବେ । ତେବେ ଭୂମିହୀନ, ଭାଗ ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ଏଥିରେ କୌଣସି ଆର୍ଥିକ ସହାୟତା ବ୍ୟବସ୍ଥା ନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘କାଳିଆ’ରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରବି ଓ ଖରିଫ୍‌ ଋତୁ ପାଇଁ ୨ଟି କିସ୍ତିରେ ୧୦,୦୦୦ ଟଙ୍କା ସହାୟତା ଦିଆଯିବ । ସେହିପରି ଭୂମିହୀନ, କୃଷି ଶ୍ରମିକ ଓ ଭାଗ ଚାଷୀଙ୍କୁ ବର୍ଷକୁ ୧୦,୦୦୦ ଟଙ୍କା ଯୋଗାଇ ଦିଆଯିବ । ଏପରିକି ଭୂମିହୀନ ଚାଷୀଙ୍କୁ ଜୀବନ ଜୀବିକା ଉଦ୍ଦେଶ୍ୟରେ ୧୨,୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ । କିନ୍ତୁ କିସାନରେ କେବଳ କ୍ଷୁଦ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ୩ଟି କିସ୍ତିରେ ୨,୦୦୦ ଟଙ୍କା ଲେଖାଏଁ ମୋଟ୍‌ ୬,୦୦୦ ଟଙ୍କା ମିଳିବ ।
ଚାଷୀଙ୍କୁ ଋଣ ବୋଝରୁ ଆଶ୍ୱସ୍ତ କରିବାକୁ କାଳିଆ ଅଧୀନରେ ବିନା ସୁଧରେ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି । କିନ୍ତୁ କିସାନରେ ଏ ସୁବିଧା ଉପଲବ୍ଧ ନାହିଁ । କେବଳ ପଶୁଧନ, ମତ୍ସ୍ୟଚାଷୀଙ୍କୁ ୨% ସୁଧ ରିହାତି ବ୍ୟବସ୍ଥା କରାଯାଇଛି । ଯଦି ସେମାନେ ଠିକ୍‌ ସମୟରେ ଋଣ ପରିଶୋଧ କରିବେ, ତାହାହେଲେ ଆଉ ୩% ସୁଧ ରିହାତି ମିଳିବ ।
କାଳିଆ ଯୋଜନାରେ ପ୍ରତ୍ୟେକ ଚାଷୀଙ୍କୁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଓ ବ୍ୟକ୍ତିଗତ ଦୁର୍ଘଟଣା ବୀମା ଭଳି ସାମାଜିକ ସୁରକ୍ଷା ଦିଆଯାଉଛି । କିନ୍ତୁ କିସାନରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଚାଷୀଙ୍କୁ ହିଁ ୨% ସୁଧରିହାତି ବ୍ୟବସ୍ଥା ଓ ଠିକ୍‌ ସମୟରେ ପରିଶୋଧ ପାଇଁ ଅତିରିକ୍ତ ୩% ସୁଧ ରିହାତି ବ୍ୟବସ୍ଥା ରହିଛି । ତେବେ ସେମାନଙ୍କ ପାଇଁ ପୂର୍ଣ୍ଣକାଳୀନ ସାମାଜିକ ସୁରକ୍ଷା ବ୍ୟବସ୍ଥା ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।

ସମ୍ବନ୍ଧିତ ଖବର