PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଜୀବିତ ବ୍ୟକ୍ତିଙ୍କୁ ମୃତ ଉଲ୍ଲେଖ କରି କାଳିଆ ଯୋଜନାରୁ ନାଁ କାଟିଦେଲେ, ଗୁହାରି ଶୁଣୁନି କୃଷି ବିଭାଗ…

ବାଙ୍ଗିରିପୋଷି,୧୮/୧୧: ଜୀବିତ ବ୍ୟକ୍ତିଙ୍କୁ ମୃତ ଉଲ୍ଲେଖ କରି କାଳିଆ ଯୋଜନାରୁ ବଞ୍ଚିତ କରାଯାଇଛି । ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ ଦେଖିବାକୁ ମିଳିଛି । ବାଙ୍ଗିରିପୋଷି ବ୍ଲକ୍‌ର ନିକଟବର୍ତ୍ତୀ ହାଣଦା ଗ୍ରାମର( ୱାର୍ଡ ନଂ ୬) ସେକ ସଲିମୁର୍ଦ୍ଦିନ ଜନସେବା କେନ୍ଦ୍ରକୁ ୩ ଥର କାଳିଆ ଯୋଜନାରେ ନିଜର ନାମ ପଞ୍ଜିକୃତ କରିବାକୁ ଯାଇ ବିଫଳ ହୋଇ କାଳିଆ ଯୋଜନାରେ ପଞ୍ଜିକୃତ ଆଶା ଛାଡ଼ି ସାରିଲେଣି । ପଞ୍ଜିକୃତ ସମୟରେ ସଲିମୁର୍ଦ୍ଦିନଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି ।

ଏ ବିଷୟରେ ବାଙ୍ଗିରିପୋଷି କୃଷି ଅଧିକାରୀଙ୍କୁ ନିଜର ଜୀବିତ ପ୍ରମାଣ ସହ ସମସ୍ତ କାଗଜପତ୍ର ୩ଥର ଦାଖଲ କରିଥିଲେ । ପୁଣିଥରେ ଚଳିତ ବର୍ଷ ଆବେଦନ କଲାବେଳକୁ ତାଙ୍କର ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ପୁନଶ୍ଚ କୃଷି ବିଭାଗକୁ ଯାଇ ନିଜର କାଗଜ ପତ୍ର ଠିକ୍‌ କରିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ବିଭାଗ ତରଫରୁ ଖାମଖିଆଲି ଭାବେ ନେଇ ଆଉଥରେ କାଳିଆ ଟଙ୍କା ଆସିଲେ ଦେଖିବା ବୋଲି ପ୍ରକାଶ କରିଥିଲେ ।

ସୂଚନା ଥାଉକି ସେକ ସଲିମୁର୍ଦ୍ଦିନ ସରକାରୀ ଯୋଜନାର ବିପିଏଲ କାର୍ଡ ନଂ ୨୨୦୨୦୨୧୦୭୬୮ରେ ଚାଉଳ ପ୍ରତ୍ୟେକ ମାସ ପାଉଛନ୍ତି । ଏବଂ ମାହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ କାଗଜ ପତ୍ର ପାଇ ଶ୍ରମିକ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ବାଙ୍ଗିରିପୋଷି ବ୍ଲକ୍‌ରେ ଥିବା ୧୯ଟି ପଞ୍ଚାୟତରେ ପ୍ରାୟତଃ ବହୁ ଚାଷୀମାନଙ୍କ କ୍ଷେତ୍ରରେ ଏଭଳି ଘଟଣା ସାମନାକୁ ଆସିଛି । ହେଲେ ତାର କିପରି ସମାଧାନ ହେବ ସେଥି ନିମନ୍ତେ କୃଷି ବିଭାଗର କୌଣସି କର୍ମଚାରୀ ପାଖରେ ଏହାର ଉତ୍ତର ନାହିଁ ।

ସେହିପରି ମଦିନା ବିବି ନାମରେ କାଳିଆ ଟଙ୍କା ଆସୁଛି । ହେଲେ ବ୍ୟାଙ୍କ୍‌ ଆକାଉଣ୍ଟ ତାଙ୍କର ନାହିଁ । ସେହିପରି ପିଏମ କିଷାନରେ ମଧ୍ୟ ରଙ୍ଗଲତା ମହାନ୍ତଙ୍କ ନାମ ଅଛି ହେଲେ ଏପର୍ଯ୍ୟନ୍ତ ଗୋଟିଏ ବି କିସ୍ତି ତାଙ୍କ ଆକାଉଣ୍ଟକୁ ଆସି ନାହିଁ । ଖାଲି ସରକାରଙ୍କ ଯୋଜନାଗୁଡିକ ଆସିଲେ ପ୍ରଚାର ପ୍ରସାର କରୁଛନ୍ତି । କେଉଁ ଚାଷୀ ପାଉଛନ୍ତି ତ’ ଆଉ କେଉଁ ଚାଷୀ ପାଉନାହାନ୍ତି । ତାର ତଦାରଖ କରିବାକୁ କୃଷି ବିଭାଗରେ ଅଧିକାରୀ ନାହାନ୍ତି । ଯଦି ଏଭଳି ସରକାର ଦେଉଥିବା ଆର୍ଥିକ ସହାୟତା ରାଶି ପ୍ରକୃତ ହିତାଧିକାରୀ ନ ପାଆନ୍ତି ତେବେ ଚାଷୀଙ୍କ ଆର୍ଥିକ ସ୍ଥିତି କିପରି ସୁଦୃଢ଼ ହେବ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ତେଣୁ ଏ ଦିଗରେ ବିଭାଗୀୟ ଉଚ୍ଚ ପଦାଧିକାରୀଦୃଷ୍ଟି ଦେବାକୁ ଅନୁରୋଧ କରାଯାଉଛି ।