PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ନିଯୁକ୍ତି ଦୁର୍ନୀତି ମାମଲା: ଇଡି ସ୍କାନରରେ “କାଳୀଘାଟର କାକୁ’, ଆଗାମୀ ସପ୍ତାହରେ ହାଜିର ହେବାକୁ ନିର୍ଦ୍ଦେଶ

କୋଲକାତା ୨୭/୦୫: ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ସ୍କାନରରେ ‘କାଳୀଘାଟର କାକୁ’ ଓରଫ ସୁଜୟକୃଷ୍ଣ ଭଦ୍ରା । ଆର୍ଥିକ ପ୍ରତାରଣା ସଂକ୍ରାନ୍ତର ଅନୁସନ୍ଧାନ ଏଜେନ୍‌ସି ଦ୍ୱାରା ଜେରା ପାଇଁ ସୁଜୟକୃଷ୍ଣ ଭଦ୍ରାଙ୍କୁ ଡକାଯାଇଛି । ତାଙ୍କୁ ମେ ୩୦ରେ ସିଜିଓ କମ୍ପେ୍‌ଲକ୍ସରେ ହାଜର ହେବାକୁ କୁହାଯାଇଛି ।

ଖବର ମୁତାବକ, କାଳୀଘାଟରେ ଥିବା କାକୁଙ୍କ ଘରକୁ ପୂର୍ବରୁ ଏକ ନୋଟିସ୍‌ ପଠାଯାଇଛି । ନିଯୁକ୍ତି ଦୁର୍ନୀତି ମାମଲାରେ ଧରାଯାଇଥିବା ଗୋପାଳ ଦଳପତି ପ୍ରଥମେ ‘କାଳୀଘାଟର କାକୁ’ଙ୍କ ନାମ ପ୍ରକାଶ କରିଥିଲେ । ସେ ଦାବି କରିଛନ୍ତି ଯେ କୁନ୍ତଳ ଘୋଷ ତାଙ୍କୁ କହିଥିଲେ, ଏହି ଟଙ୍କା ‘କାଳୀଘାଟର କାକୁ’ ଅର୍ଥାତ ସୁଜୟକୃଷ୍ଣ ଭଦ୍ରାଙ୍କ ନିକଟକୁ ପଠାଯିବା ଉଚିତ୍‌ । ପରେ ରାଜ୍ୟର ବିରୋଧୀଦଳର ନେତାଙ୍କ ଟ୍ୱିଟରରେ ‘କାଳୀଘାଟର କାକୁ’ ପ୍ରସଙ୍ଗ ଉଠିଥିଲା । ଏହା ପରେ ସୁଜୟକୃଷ୍ଣ ଅନୁସନ୍ଧାନକାରୀଙ୍କ ସ୍କାନରରେ ଆସିଥିଲେ । ତାଙ୍କୁ ପୂର୍ବରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍‌ସିର ଅଧିକାରୀମାନେ ପଚରାଉଚରା କରିଛନ୍ତି । ଅନ୍ୟ ଏକ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍‌ସି (ସିବିଆଇ) ଅନେକ ଥର ଡକାଇଛି । ଏଥର ସେ ଇଡି ସ୍କାନରକୁ ଆସିଛନ୍ତି । ଆସନ୍ତା ମଙ୍ଗଳବାର ଦିନ ଇଡି ତାଙ୍କୁ ଡକାଇଛି । ସକାଳ ସାଢେ ଏଗାରଟା ସୁଦ୍ଧା ସିଜିଓ କମ୍ପେ୍‌ଲକ୍ସରେ ହାଜିରା ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ଶନିବାର ଇଡି ଅଧିକାରୀମାନେ କାଳୀଘାଟର କାକୁଙ୍କ ଘରେ ଚଢାଉ କରିଥିଲେ । ଜାଣିବାକୁ ମିଳିଛି ଯେ କେନ୍ଦ୍ରୀୟ ଏଜେନ୍‌ସିର ଏକ ଟିମ୍‌ ସକାଳ ପ୍ରାୟ ୬ ଟାରେ ତାଙ୍କ ଘରେ ପହଞ୍ଚିଥିଲେ । ତାଙ୍କୁ ନିଦରୁ ଉଠାଇ ତଲ୍ଲାସି ହୋଇଥିଲା । ପଚରାଉଚରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ମୋଟ ଉପରେ, ସର୍ଚ୍ଚ ଅପରେସନ୍‌ ପ୍ରାୟ ୧୫ ଘଣ୍ଟା ଧରି ଚାଲିଥିଲା । ସନ୍ଧାନ ପରେ, ଇଡି ଏକ ମୋବାଇଲ ଏବଂ ଅନେକ ଡକ୍ୟୁମେଣ୍ଟ ଜବତ କରିଥିଲା । ସୂଚନାନୁସାରେ, ସେହି ଡକ୍ୟୁମେଣ୍ଟରେ ତିନୋଟି କମ୍ପାନିର ତଥ୍ୟ ମିଳିଛି । ଏହାକୁ ଆଧାର କରି, ‘କାଳୀଘାଟରୁ କାକୁ’ଙ୍କୁ ସିଜିଓ କମ୍ପେ୍‌ଲକ୍ସରେ ପଚରାଉଚରା କରାଯାଇପାରେ ।

ସମ୍ବନ୍ଧିତ ଖବର