୯ କମ୍ପାନିକୁ କଳିଙ୍ଗ ସିଏସ୍ଆର ପୁରସ୍କାର

ଭୁବନେଶ୍ୱର,୮ା୬(ବ୍ୟୁରୋ): କମ୍ପାନି ଆଇନ ୨୦୧୩ ଏବଂ ସିଏସ୍ଆର୍ ନିୟମ ୨୦୧୪ ଅନୁସାରେ ଶିଳ୍ପାନୁଷ୍ଠାନ ହେଉ କି ବ୍ୟବସାୟିକ ଅନୁଷ୍ଠାନ, ଏମାନଙ୍କ ସମାଜ ପ୍ରତି ଏକ ଦାୟିତ୍ୱବୋଧ ରହିଛି ।
ଆଇକ୍ୟୁଇଏମ୍ଏସ୍ ଓ ହାଇଦ୍ରାବାଦର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ଆୟୋଜିତ ସଂପୂର୍ଣ୍ଣ ‘ରୂପାନ୍ତରଣ ପଥରେ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ’ ଶୀର୍ଷକ ଜାତୀୟସ୍ତରୀୟ ଆଲୋଚନାଚକ୍ରରେ ଜର୍ମାନୀର କନ୍ସନ ଜେନେରାଲ ଡ.ମିଚେଲ ଫିନର କମ୍ପାନିର ସମାଜିିକ ଦାୟିତ୍ୱବୋଧ ଆଉ ଏହାର ଆବଶ୍ୟକତା ସମ୍ପର୍କରେ କହିଛନ୍ତି । ସିଏସ୍ଆର୍ ହେଉଛି ଅତି ସମୟୋପେଯାଗୀ ପଦକ୍ଷେପ । ଯେହେତୁ ଜ୍ଞାନକୌଶଳ ଓ ସମାଜର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ଘଟୁଛି ।
ଏହି ଅବସରରେ ଠିକଣା ଭାବେ କାମ କରୁଥିବା ୯ଟି କମ୍ପାନିକୁ କଳିଙ୍ଗ ସିଏସ୍ଆର୍ ପୁରସ୍କାର ପ୍ରଦାନ କରାଯାଇଛି । ସେମାନେ ହେଲେ ଜିଏମ୍ଆର୍ ଫାଉଣ୍ଡେସନ, ଆଦାନୀ ଫାଉଣ୍ଡେସନ୍, ଜେ କେ ପେପର୍ସ, ହାଲ, ଏସାର ଷ୍ଟିଲ୍, ଡାଲମିଆ ଗ୍ରୁପର କପିଳାସ ସିମେଣ୍ଟ, ଆଇଓସିଏଲ୍ ପାଇପଲାଇନ୍, ନାଲକୋ ଓ ହାଇଟେକ ମେଡିକାଲ କଲେଜ । ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପୁରସ୍କାର ଚୟନ କମିଟିର ଅଧ୍ୟକ୍ଷ ଡା.ଅଲେଖ ଚନ୍ଦ୍ର ପଢିହାରୀ ପୁରସ୍କାର ପ୍ରଦାନ କରିଥିଲେ । କଳିଙ୍ଗ ସିଏସଆର୍ ପୁରସ୍କାର କମ୍ପାନିକୁ ଅଧିକ ନିଷ୍ଠାର ସହ କାମ କରିବାକୁ ପ୍ରେରଣା ଦେଇଥାଏ ବୋଲି ସେ କହିଥିଲେ ।
ଆଇକ୍ୟୁଇଏମ୍ଏସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ ପାଣିଗ୍ରାହୀ କହିଛନ୍ତି, ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ଅର୍ଥନୈତିକ ବିକାଶ ତଥା ସାମାଜର ବିଭିନ୍ନ ବର୍ଗର ଜୀବନଧାରଣ ମାନବୃଦ୍ଧି ଦିଗରେ ପ୍ରତିବଦ୍ଧତାକୁ ସିଏସ୍ଆର କୁହାଯାଏ । ପୂର୍ବତନ ପ୍ରଶାସକ ଡ.ସଞ୍ଜୟ କୁମାର ପଣ୍ଡା, ପୂର୍ବଦନ ରାଷ୍ଟ୍ରଦୂତ ଅବସର ବେଉରିଆ, ନାଲକୋର ନିର୍ଦ୍ଦେଶକ (ଉପାôଦନ) ଭି ବାଲା ସୁବ୍ରମଣ୍ୟମ ଓ ହାଇଦ୍ରାବାଦସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ ଏଣ୍ଟରପ୍ରାଇଜର ପ୍ରଫେସର ଡ. ସୁଲଗ୍ନା ସରକାର ସିଏସ୍ଆର୍ର ଗୁରୁତ୍ୱ ସମ୍ପର୍କରେ କହିଥିଲେ ।