ପ୍ରମୁଖ ଖବର
  • ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନାମାଙ୍କନ ଶେଷ: ଦ୍ୱିତୀୟ ଦଫା ଭୋଟ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ୧୨ ରାଜ୍ୟର ମୋଟ ୮୮ ଆସନରେ ମତଦାନ
  • ||

ଏଥିପାଇଁ ହାରୁଛି କଂଗ୍ରେସ... କମଲନାଥ କାର୍ଯ୍ୟକର୍ତ୍ତାଙ୍କୁ ଏମିତି କଥା କାହିଁକି କହିଲେ ?

ନୂଆଦିଲ୍ଲୀ,୦୫/୨୦: ଆମ ଦଳର ନେତା ୱାର୍ଡ ମେମ୍ୱର ନିର୍ବାଚନ ମଧ୍ୟ ହାରିଯାଉଛନ୍ତି। ଏହାପରେ ମଧ୍ୟ ବଡ଼ ବଡ଼ ମାଳ ନେଇ ଆସୁଛନ୍ତି। ସେମାନେ ଜିନ୍ଦାବଦ ନାରା ଲଗାଇଥାନ୍ତି। ଆମେ ଚାହୁଁଛୁ ଆମର କାର୍ଯ୍ୟ କର୍ତ୍ତା ତଳ ସ୍ଥରରେ ମଜବୁତ ହୋଅନ୍ତୁ। ଏହାପରେ କଂଗ୍ରେସକୁ କେହି ରୋକିପାରିବ ନାହିଁ। ଏଭଳି କହିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ଭୋପାଳ କଂଗ୍ରେସ କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ୱୋଧିତ କରିବା ସମୟରେ ଏଭଳି କହିଛନ୍ତି।   

କମଲନାଥ ଆହୁରି କହିଛନ୍ତି ଯେ ପୂର୍ବରୁ ଆମେ କହୁଥିଲୁ ଯେ ଏହି ଗ୍ରାମ କଂଗ୍ରେସ ସହ ଜଡ଼ିତ ହେଲେ ଏବେ କହୁଛୁ ଏହି ପରିବାର କଂଗ୍ରେସ ସହ ଜୋଡ଼ି ହୋଇ ରହିଛି। ସେ କହିଛନ୍ତି ଏହାକୁ ବଦଳାଇବା ପାଇଁ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଆମକୁ ପରିବର୍ତ୍ତନ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ସେ କହିଛନ୍ତି ଯାହା କିଛି ହେଉଛି ସମସ୍ତଙ୍କ ସାମ୍ନାରେ ଘଟୁଛି। ଆମେ ଏହାକୁ ଶ୍ୱୀକାର କରିବାକୁ ପଡ଼ିବ ଏବଂ ଶିଖିବା ଆବଶ୍ୟକ।

ଏହି ସମୟରେ କମଲନାଥ କହିଛନ୍ତି ଯେ ବିଜେପି ଆମକୁ ହରାଇ ନାହିଁ ଆମକୁ ବିଜେପି ସଙ୍ଗଠନ ହରାଇଛି। ଏହ ସହ ବିଜେପି ପାଖରେ କୌଣସି ମୁଦ୍ଦା ନାହିଁ। ସେ କହିଛନ୍ତି ଯେ ୨୦୧୯ ପୂର୍ବରୁ ମୋଦୀ ଗ୍ୟାସ, ତେଲ, ଦରଦାମ ବୃଦ୍ଧିକୁ ନେଇ କଥା କହୁଥିଲେ ହେଲେ ଏବେ ଏ ବାବଦରେ କଥା କହୁନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.