କମିରାରେ ଶାଖା ଡାକଘର ଉଦଘାଟିତ

ବୀରମହାରାଜପୁର ୭/୩: ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରା ଗ୍ରାମ ପଂଚାୟତ ପରିସରରେ ନୁତନ ଡାକଘର ଆଜି କାର୍ଯ୍ୟକ୍ଷମ ହୋଇଛି । ଆଜି ପୁର୍ବାହ୍ନରେ କମିରା ଗ୍ରା.ପ ପରିସରରେ ସରପଂଚ ଅନୁସୂୟା ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକଘର ଶାଖା କାର୍ଯ୍ୟାଳୟ ଫିତା କାଟି ଉଦଘାଟନ କରିଥିଲେ । ଏହି ଶାଖା ଡାକଘର ଦ୍ବାରା କମିରା ଗାଁ ସମେତ ଆମ୍ବସରଭଟା, ଜନକପୁର, ଲକ୍ଷ୍ନି, ବଳରାମପୁର, ହେଲାମୁରା, ଟମକିଆଦାଦର, ସଂଗ୍ରାମପୁର ଆଦି ୩ ଟି ପଂଚାୟତର ଅନେକ ଗ୍ରାମବାସି ଏହି ଶାଖା ଦ୍ବାରା ଉପକୃତ ହୋଇପାରିବେ । ଉଦଘାଟନ କାର୍ଯ୍ୟକ୍ରମରେ ସମାଜସେବୀ ଧରଣିଧର ପାଢି, ସପନ ପଧାନ, ଗଜେନ୍ଦ୍ର ପଧାନ, ରାମପ୍ରସାଦ କର୍ଣ୍ଣ, ପ୍ରକାଶ ବାରିକ ଉପସ୍ଥିତ ରହି ସହଯୋଗ କରିଥିଲେ ।