ପ୍ରମୁଖ ଖବର
  • ବୌଦ୍ଧ : ବାଇକ୍କୁ ଧକ୍କା ଦେଲା ରେଲୱେ ବିଭାଗର ବୋଲେରୋ, ବାଇକ୍ ଆରୋହୀ ମୃତ
  • ||
  • ଖରସ୍ରୋତାରେ ୨ ଭାଇ ନିଖୋଜ ଘଟଣା, ବଡ଼ଭାଇର ମୃତଦେହ ଉଦ୍ଧାର
  • ||
  • ବରଗଡ଼: ଡ଼ଭା ଛକରେ ପୋଲିସର ଚେକିଂ ବେଳେ ୬ ଲକ୍ଷ ୫୨ ହଜାର ୮୦୦ଟଙ୍କା ଜବତ, ୨ ଜଣ ଅଟକ
  • ||
  • ନନ୍ଦନକାନନରେ ଆଖିବୁଜିଲା ଧଳା ବାଘୁଣୀ ସ୍ନେହା, ଗୁରୁତର ଅବସ୍ଥାରେ ଚାଲିଥିଲା ଚିକିତ୍ସା
  • ||
  • ନିର୍ଘାତ ତାତି: ସାଢ଼େ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ତାଳଚେର ତାପମାତ୍ରା, ୩୦ ଡିଗ୍ରୀ ଉପରେ ୧୪ ସହର ପାରଦ
  • ||
  • ସୁନା ଦରରେ ଲାଗିଲା ବ୍ରେକ୍‌, ୨୪ କ୍ୟାରେଟ୍‌ ସୁନା ଦର ୩୩୦ ଟଙ୍କା ହ୍ରାସ
  • ||
  • ବିଦ୍ରୋହୀ ବିଗାଡ଼ିବେ ଅଙ୍କ, ଚିନ୍ତାରେ ବିଜେପି: ପ୍ରଥମ ଦଫା ଭୋଟ ପାଇଁ ନାମାଙ୍କନ ଆରମ୍ଭ,ଜୟପୁର ପାଇଁ ପ୍ରାର୍ଥୀ ପାଉନି ଦଳ
  • ||
  • ନିୟମଗିରିରେ ମ୍ୟାଲେରିଆ ଆତଙ୍କ: ବହୁସଂଖ୍ୟାରେ ଡଙ୍ଗରିଆ ପୀଡ଼ିତ, ପହଞ୍ଚିଲା ଡାକ୍ତରୀ ଟିମ୍
  • ||
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ଯାଗ୍ ମାନ୍ଯତା

ଭୁବନେଶ୍ୱର ୧/୪: କନ୍ଧମାଳ ହଳଦୀକୁ ମିଳିଲା ଜିଆଇ ଟ୍ଯାଗ୍ ମାନ୍ଯତା । ସୋମବାର କନ୍ଧମାଳ ହଲଦୀକୁ ଜିଆଇ ମାନ୍ଯତା ଦିଆଯାଇଛି । କୃଷିଜାତ ଦ୍ରବ୍ଯ ବର୍ଗରେ ଏହି ମାନ୍ଯତା ମିଳିଛି । କହିରଖୁଛୁ ଜିଆଇ ମାନ୍ଯତା ପାଇଁ ‘କସମ’ ବା କନ୍ଧମାଳ ଆପେକ୍ସ ସ୍ପାଇସେସ୍ ଆସୋସିଏସନ୍ ଫର ମାର୍କେଟିଂ ପକ୍ଷରୁ ଆବେଦନ କରାଯାଇଥିଲା ।

ହଜାର ହଜାର ଚାଷୀଙ୍କ ଆଶା ପୂରଣ ହେଲା । କନ୍ଧମାଳ ହଳଦୀକୁ ମିଳିଲା ସ୍ୱତନ୍ତ୍ର ପରିଚୟ । ଏହି ହଲଦୀରେ ଏକ ସ୍ୱତନ୍ତ୍ର ଗୁଣ ରହିଛି । ଏଥିରେ ହର୍ବାଲ ଓ ଔଷଧୀୟ ଗୁଣ ଭରି ରହିଥାଏ । ବହୁ ପୁରାତନ କାଳରୁ ପାରମ୍ପରିକ ରୀତିରେ  ଉତ୍ପାଦନ ହୋଇଆସୁଛି କନ୍ଧମାଳ ହଳଦୀ । ଏଥିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର ହୁଏ ନାହିଁ । ଜୈବିକ ଉପାୟରେ ଜିଲ୍ଲାର ୫୦ ହଜାରରୁ ଅଧିକ ଆଦିବାସୀ ଓ ସ୍ଥାନୀୟ ବାସିନ୍ଦା ହଜାର ହଜାର  ହେକ୍ଟର ଜମିରେ ଚାଷ କରୁଛନ୍ତି ଏହି ସ୍ୱତନ୍ତ୍ର ହଳଦୀ ।

୧୯୯୭ ମସିହାରେ ପ୍ରତିଷ୍ଠା ହୋଇଥିବା ସଂସ୍ଥା କସମ ପକ୍ଷରୁ ଜିଆଇ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା । ହଳଦୀର ହର୍ବାଲ ଓ ଔଷଧୀୟ ଗୁଣବତ୍ତା ଯାଞ୍ଚ କରିବା ପାଇଁ ଏକ ୮ ଜଣିଆ ଟେକ୍‌ନିକାଲ କମିଟି ଗଠନ କରାଯାଇଥିଲା । ଆଜି(ସୋମବାର) କନ୍ଧମାଳ ହଳଦୀକୁ ଜିଆଇ ଟ୍ଯାଗ୍ ମାନ୍ୟତା ମିଳିଲା । ଏବେ ଏହାର ବଜାର ମୂଲ୍ଯ ବୃଦ୍ଧି ପାଇବା ସହିତ ହଜାର ହଜାର ଚାଷୀ ଉପକୃତ ହେବେ ଏବଂ ରପ୍ତାନୀ ମଧ୍ଯ ବଢିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.