ଅନଲାଇନ୍ ଲିକ୍ ହେଲା କଙ୍ଗନା ରଣାୱତଙ୍କ ଫିଲ୍ମ , ଖୁବ୍ କ୍ଷତି ସହି ପାରନ୍ତି ପ୍ରଯୋଜକ

ମୁମ୍ୱାଇ : ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତଙ୍କର ଫିଲ୍ମ ଧାକଡ଼ ଆଜି ଫିଲ୍ମହଲ୍ରେ ରିଲିଜ୍ ହୋଇଛି। ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ଠାରୁ ଭଲ ରିଭ୍ୟୁଜ୍ ମିଳୁଛି। ଏହି ଭିତରେ ଫିଲ୍ମକୁ ନେଇ ଏକ ଖରାପ ଖବର ସାମ୍ନାକୁ ଆସିଛି। ଏହି ଖବରଟି ହେଲା କି ଫିଲ୍ମ ଧାକଡ଼ ଅନଲାଇନ୍ ଲିକ୍ ହୋଇ ଯାଇଛି। ଫିଲ୍ମ ଲିକ୍ ହେବାରେ ମେକରଙ୍କର କ୍ଷତି ହୋଇପାରେ।
କଙ୍ଗନା ରଣାୱତଙ୍କର ଫିଲ୍ମ ଧାକଡ଼କୁ ଅନେକ ୱେବସାଇଟ୍ ଏଚଡି ପ୍ରିଣ୍ଟରେ ଲିକ୍ କରିଛନ୍ତି । ଏହି ସ୍ଥିତିରେ ଫିଲ୍ମର ବିଜନେସ୍ରେ ପ୍ରଭାବ କରିପାରେ । କାରଣ ଲୋକେ ଏହି ମୁଭିକୁ ହଲ୍ରେ ଦେଖିବା ବଦଳରେ ଅନଲାଇନ୍ ଡାଉନଲୋଡ କରି ଦେଖିବା ଆରମ୍ଭ କରିଦେବେ। ହେଲେ ଏହି ଫିଲ୍ମକୁ ଏତେ ବଡ଼ ସ୍ତରରେ ତିଆରି କରାଯାଇଛି କି ଏହାକୁ ଲାପଟପ୍ ବା ମୋବାଇଲରେ ନୁହେଁ ଥିଏଟରରେ ହିଁ ଦେଖିବାରେ ମଜା ଆସିବ।
ଉଲ୍ଲେଖନୀୟ ଯେ, ଧାକଡ଼ ପ୍ରଥମ ଫିଲ୍ମ ନୁହେଁ , ଯାହା ରିଲିଜର ପ୍ରଥମ ଦିନରେ ହିଁ ଅନଲାଇନ୍ ଲିକ୍ ହୋଇଛି । ଏହା ପୂର୍ବରୁ ଭୁଲ ଭୁଲୟା ୨ , ହିରୋପନ୍ଥି ୨ , ରନୱେ ୩୪ , ଆର୍ଚାୟା ଓ ରଣବୀର ସିଂହଙ୍କର ୮୩ ଭଳି ଫିଲ୍ମକୁ ମଧ୍ୟ ରିଲିଜର ଦିନରେ ହିଁ ଅନଲାଇନ୍ ଲିକ୍ ହୋଇ ସାରିଛି ।