ପ୍ରମୂଖ ଖବର
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

‘ଆମେ ହାଇପ୍ରୋଫାଇଲ ଲୋକ ...’ , ଅଲ୍ଲୁ ଅର୍ଜୁନଙ୍କର ଗିରଫକୁ ନେଇ କଙ୍ଗନାଙ୍କ ପ୍ରତିକ୍ରିୟା

Published By : Prameya | December 13, 2024 11:11 PM

ମୁମ୍ୱାଇ : ପୁଷ୍ପା-୨ର ଆକର୍ଷଣୀୟ ଆୟ ମଧ୍ୟରେ ଅଲ୍ଲୁ ଅର୍ଜୁନଙ୍କର ଆଜିର ଦିନ ଖୁବ୍‌ ସମସ୍ୟା ପୂର୍ଣ୍ଣ ଥିଲା। ଆଜି ତାଙ୍କ ଘରେ ହାଇଦ୍ରାବାଦ ପୁଲିସ ପହଞ୍ଚି ଥିଲା ଏବଂ ତାଙ୍କୁ ଗିରଫ କରି ନିଆ ଗଲା। ଗିରଫ କରିବା ପରେ ଅଲ୍ଲୁ ଅର୍ଜୁନଙ୍କୁ ନାମପଲ୍ଲୀ କ୍ରିମନଲ କୋର୍ଟ ନିଆଯାଇ ଥିଲା। ଏଠାରେ ଅଲ୍ଲୁ ଅର୍ଜୁନଙ୍କୁ ୧୪ ଦିନର ରିମାଣ୍ଡରେ ପଠାଯାଇ ଥିଲା। ହେଲେ ହାଇକୋର୍ଟରୁ ତାଙ୍କୁ ଜାମିନ ମିଳି ଯାଇଛି। ଏବେ  ବିଜେପି ଏମପି ଓ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏହି ମାମଲା ଉପରେ ରିଆକ୍ଟ କରିଛନ୍ତି। ସେ କହିଛନ୍ତି କି, ସମସ୍ତଙ୍କ ଠାରେ ଆକାଉଣ୍ଟେବିଲିଟି ହେବା ଉଚିତ୍‌।

ବିଜେପି ଏମପି କଙ୍ଗନା ରଣାୱତ ଆଜତକ ଏଜେଣ୍ଡାର ଇଭେଣ୍ଟରେ ଭାଗ ନେଇ ଥିଲେ। ସେ ଏହି ସମୟରେ ଆଜିର ପୂରା ଘଟଣା କ୍ରମର କଥା କହିଛନ୍ତି। ସେ କହିଛନ୍ତି , ମୁଁ ଅଲ୍ଲୁ ଅର୍ଜୁନଙ୍କ ବହୁତ ବଡ଼ ସମର୍ଥକ, କିନ୍ତୁ ଆପଣଙ୍କୁ ଏକ ଉଦାହରଣ ଦେବାର ଆବଶ୍ୟକତା ରହିଛି। କେବଳ ଏଥିପାଇଁ ଯେ ଆମେ ହାଇପ୍ରୋଫାଇଲ ଲୋକ , ଏହାର ଅର୍ଥ ଏହା ନୁହେଁ କି ଆମେ ଫଳ ଭୋଗିବା ଉଚିତ୍‌ ନୁହେଁ । ଲୋକଙ୍କ ଜୀବନ ବହୁତ ମୂଲ୍ୟବାନ।

ସେ ଆହୁରି କହିଛନ୍ତି ଯେ, ମୋତେ ଲାଗୁଛି ଯେ ଥିଏଟର ଗୁଡ଼ିକରେ ପ୍ରୋଟୋକଲ୍ସ ହେବା ଉଚିତ୍‌, ଯେଉଁଠି  ସେଫ୍ଟିକୁ ନେଇ ଜିନିଷ ଉପରେ ଧ୍ୟାନ ରଖିବା ଉଚିତ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.