PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ଜୁଲାଇ ୫ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ !
  • ||
  • ପୁରୀ: ଶ୍ରୀମନ୍ଦିରରେ ପହଞ୍ଚିଲା ଏଏସ୍‌ଆଇ ଟିମ୍‌, ଗର୍ଭଗୃହ ଓ ନାଟମଣ୍ଡପ ଫାଟର ସ୍ଥିତି ଓ ଏହାର ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିବ ଟିମ୍‌
  • ||
  • ଖୋର୍ଦ୍ଧା: ବାଘମାରୀ ନିକଟରେ ରାସ୍ତାକଡକୁ ଖସିଲା ଲିଙ୍ଗରାଜ ବସ୍, ୨୦ ଯାତ୍ରୀ ଆହତ
  • ||
  • ପୁରୀ: ଆଜି ମିଳିବ ଆଡ଼ପ ଅବଢ଼ା
  • ||
  • ମହିଳା ହକି ବିଶ୍ୱକପ୍‌: ଆଜି ଇଂଲଣ୍ଡକୁ ଭେଟିବ ଭାରତ
  • ||
  • ଭଦ୍ରକ: ଭଦ୍ରକରେ ଦୁଇ କିନ୍ନର ଗୋଷ୍ଠୀ ମୁହାଁମୁହିଁ: ୫ ଜଣ ଗୁରୁତର, ୪ ଅଟକ
  • ||
  • ଭୁବନେଶ୍ୱର : ପଥରଗାଡ଼ିଆରେ ଅଦ୍ଭୂତ ବାଛୁରୀ ଜନ୍ମ, ଦେଖିବାକୁ ଲୋକଙ୍କ ଲାଗିଲା ଭିଡ଼
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ ଜଣ କରୋନା ପଜିଟିଭ
  • ||

‘ମୁଁ ଏବେ ଯେଉଁଠି ଅଛି ସେ କେବେ ସେଠାରେ ପହଞ୍ଚି ପାରିବେ ନାହିଁ’ ବଲିଉଡର ଏହି ହିରୋଙ୍କୁ ଏମିତି କହିଲେ କଙ୍ଗନା

ମୁମ୍ବାଇ,୪।୩ : ହ୍ରିତିକ୍‌-କଙ୍ଗନାଙ୍କ ଭିତରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି । ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌ରେ ଯୋଗ ଦେଇ କଙ୍ଗନା ପୁଣି ଥରେ ଲିଭି ଯାଇଥିବା ନିଆଁରୁ ଧୂଆଁ ବାହାର କରିଛନ୍ତି । କନ୍‌କ୍ଲେଭ୍‌ରେ ଯୋଗ ଦେଇ ସେ ଖୁଲମ୍‌ ଖୁଲା ଭାବରେ ହ୍ରିତିକ୍‌ଙ୍କ ବିରୋଧରେ କହୁଥିବା ଦେଖା ଯାଇଛି ।
ହ୍ରିତିକ୍‌ଙ୍କ ନାଁ ନ ନେଇ ତାଙ୍କୁ ଇଶାରା କରି କଙ୍ଗନା କହିଛନ୍ତି, ୫ବର୍ଷ ଜଣଙ୍କ ସହ କାମ କରିବା ପରେ ଜଣେ ଜଣଙ୍କୁ ଚିହ୍ନି ନାହିଁ ବୋଲି କେମିତି କହିପାରିବ? ଏହା କିପରି ସମ୍ଭବ ମୁଁ ତାହା ଜାଣିବାକୁ ଚାହେଁ ।

ପ୍ରଥମେ ଅନୁରାଗ ବସୁଙ୍କ ଫିଲ୍ମ ‘କାଇଟ୍‌ସ’ରେ ଆମେ ଦୁଇ ବର୍ଷ କାମ କରିବା ପରେ ‘କ୍ରିସ୍‌-୩’ରେ ୩ ବର୍ଷ କାମ କରିଥିଲୁ । ଦୁଇଟି ଫିଲ୍ମରେ କାମ କରି ମଧ୍ୟ ସେ ମୋତେ ଚିହ୍ନି ନଥିବା କେମିତି କହି ପାରିଲେ? ମୋତେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଗକୁ ବଢ଼ିବା ପାଇଁ କାହାର ସାହାଯ୍ୟ ଦରକାର ନାହିଁ । ମୁଁ ଏବେ ଯେଉଁଠି ଅଛି, ସେ କେବେ ହେଲେ ସେଠାରେ ପହଞ୍ଚି ପାରିବେ ନାହିଁ ବୋଲି କଙ୍ଗନା କହିଛନ୍ତି।

 

 

ସମ୍ବନ୍ଧିତ ଖବର