PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ସମର୍ଥନ ନମିଳିବାରୁ ଖପ୍ପା ହେଲେ କଙ୍ଗନା: କହିଲେ ‘ଝାନ୍ସୀ ରାଣୀ କଣ ମୋ ଚାଚୀ’, ଦେଖନ୍ତୁ ଭିଡିଓ

source:www.youtube.com

ନୁଆଦିଲ୍ଲୀ ୮/୨: ‘ମଣିକର୍ଣ୍ଣିକା’ର ସଫଳତା ପରେ ଅଭିନେତ୍ରୀ କଙ୍ଗନା ରାନାୱତ ଅଭିଯୋଗ କରିଛନ୍ତି ଯେ ଫିଲ୍ମ ପାଇଁ ତାଙ୍କୁ ବଲିଉଡ ପକ୍ଷରୁ ସମର୍ଥନ ମିଳିଲାନି ।  ସେ ଏକଥା ମଧ୍ୟ କହିଛନ୍ତି ଯେ ଇଣ୍ଡଷ୍ଟ୍ରୀରେ ଯେଉଁମାନେ ଏକାଠି ହୋଇ ତାଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି ସେ ସମସ୍ତଙ୍କ ମୁଖା ଖୋଲିଦେବେ । ଏତିକିରେ ତାଙ୍କ ରାଗ ଶାନ୍ତ ହୋଇନି ଏବଂ ସେ କହିଛନ୍ତି ଯେ ‘ଯଦି ସେ ମୋତେ ସମର୍ଥନ କରିଥାନ୍ତେ ବି ମୋର କଣ ଫାଇଦା ହୋଇଥାନ୍ତା ? ମୁଁ ପୂର୍ବରୁ ୩-୪ ରାଷ୍ଟ୍ରୀୟ ପୁରସ୍କାର ପାଇସାରିଛି । ମୁଁ ୩୧ ବର୍ଷର ଏବଂ ଫିଲ୍ମକାର ମଧ୍ୟ । ମୋତେ ପ୍ରଚାର ପାଇଁ କାହାର ଆବଶ୍ୟକ ନାହିଁ । କିନ୍ତୁ ମୋର ପ୍ରଶ୍ନ, ଝାନ୍ସୀର ରାଣୀ କଣ ମୋର ଚାଚୀ ?’

କଙ୍ଗନା କହିଛନ୍ତି, ‘ସେ(ଝାନ୍ସୀ ରାଣୀ) ଯାହା ଆପଣଙ୍କ ପାଇଁ ସେମିତି ମୋ ପାଇଁ ମଧ୍ୟ । ମୁଁ କେବଳ ବଂଶବାଦ ସମ୍ପର୍କରେ କହିବାରୁ ସମସ୍ତେ ମୋ ବିରୋଦ୍ଧରେ ଗ୍ଯାଙ୍ଗ ବନାଇଛନ୍ତି । ମୁଁ ସମସ୍ତଙ୍କ ମୁଖା ଖୋଲିଦେବି ।‘

ତେବେ କହିରଖୁଛୁ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ବକ୍ସ ଅଫିସରେ ଭଲ ଆୟ କରିଥିଲା । କିନ୍ତୁ ବଲିଉଡ ପକ୍ଷରୁ କିମ୍ବା ଇଣ୍ଡଷ୍ଟ୍ରୀର ଅନ୍ୟ କୌଣସି କଳାକାରଙ୍କ ପକ୍ଷରୁ ଫିଲ୍ମର ପ୍ରମୋଶନରେ ତାଙ୍କୁ କୌଣସି ସହଯୋଗ ନମିଳିବାରୁ ଖପ୍ପା ଅଛନ୍ତି କଙ୍ଗନା ରାଣାୱତ୍ ।