PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅକ୍ଷୟ, ସଲମାନ ଓ ଅଜୟଙ୍କ ଭଳି ଆକ୍ଟରଙ୍କୁ ଟକ୍କର ଦେବେ କଙ୍ଗନା, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ ୨୯/୩: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ତଳେ ସେ ଖୁଲାସା କରିଥିଲେ ଯେ ଦିପିକା ପାଦୁକୋନଙ୍କ ପୂର୍ବରୁ ସଞ୍ଜୟ ଲୀଳା ଭଂସାଲୀ ତାଙ୍କୁ ପଦ୍ମାବତ ପାଇଁ ଅଫର ଦେଇଥିଲେ । ଏହା ବ୍ଯତୀତ କଙ୍ଗନା କରଣ ଜୋହର, ରଣବୀର କପୁର ଓ ଆଲିଆ ଭଟ୍ଟ ଭଳି ଷ୍ଟାରଙ୍କୁ ମଧ୍ୟ ଟାର୍ଗେଟ୍ କରିଥିଲେ । ତେବେ ଏସବୁ ବିବାଦ ବ୍ୟତୀତ କଙ୍ଗନା ନିଜ ଅଭିନୟ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ସବୁ ଫିଲ୍ମରେ ନିଜ ଦମଦାର ଅଭିନୟ ପ୍ରଦର୍ଶନ କରି ଦର୍ଶକଙ୍କ ହୃଦୟ ଜିତିଆସୁଛନ୍ତି କଙ୍ଗନା । ତେବେ ଆଜି କଙ୍ଗନା ଏକ ଫଟୋ ପାଇଁ ଚର୍ଚ୍ଚାରେ । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ।

କଙ୍ଗନା ଏବେ ପୋଲିସ ୟୁନିଫର୍ମରେ ନଜର ଆସିଛନ୍ତି । କହିରଖୁଛୁ ଏହି ଫଟୋ କଙ୍ଗନାଙ୍କ ଆଗାମୀ ଫିଲ୍ମ ମେଣ୍ଟାଲର । ଫିଲ୍ମର ସୁଟିଂ ଏବେ ଜାରି ରହିଛି । ତେବେ ଫଟୋରେ କଙ୍ଗନା ବାଇକ୍ ଉପରେ ବସି ଜବରଦସ୍ତ ଷ୍ଟଣ୍ଟ କରୁଥିବା ନଜର ଆସୁଛନ୍ତି । ଏହି ଫଟୋ ଦେଖି ଜଣାପଡୁଛି ଯେ କଙ୍ଗନା ଫିଲ୍ମ ମେଣ୍ଟାଲ ମାଧ୍ୟମରେ ପୁଣି ଦର୍ଶକଙ୍କ ହୃଦୟ ଜିତିବେ । ଫିଲ୍ମ ମେଣ୍ଟାଲରେ କଙ୍ଗନାଙ୍କ ସହିତ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେବେ ପ୍ରକାଶ କୋୱଲାମୁଦି ।

source:www.bollywoodlife.com

ବଲିଉଡର ଏହି କଳାକାରଙ୍କୁ ଦେବେ ଟକ୍କର
ଫିଲ୍ମ ପରଦାରେ ଏପର୍ଯ୍ଯନ୍ତ ଅକ୍ଷୟ କୁମାର, ଅଜୟ ଦେବଗନ, ରଣବୀର ସିଂହ, ସଲମାନ ଖାନ୍, ରାଣୀ ମୁଖାର୍ଜୀ, ପ୍ରିୟଙ୍କା ଚୋପ୍ରା ଭଳି କଳାକାର ମାନେ ପୋଲିସ ଭୂମିକାରେ ନଜର ଆସିଛନ୍ତି । ତେବେ ମେଣ୍ଟାଲ ଜରିଆରେ କଙ୍ଗନା ଏହି ଷ୍ଟାରମାନଙ୍କୁ ଟକ୍କର ଦେବେ ।