PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

‘ଆଜ୍‌ ମେରା ଘର୍‌ ଠିକ୍‌ ହୈ, ତେରା ଘମଣ୍ଡ ଟୁଟ୍‌ ଗୟା’ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ୍‌ କରି ପୁଣି ବର୍ଷିଲେ କଙ୍ଗନା ରଣାଓ୍ବତ

ମୁମ୍ବାଇ ୩୦/ ୦୬: ‘ଆଜ୍‌ ମେରା ଘର ଟୁଟା ହୈ, କଲ୍‌ ତେରା ଘମଣ୍ଡ ଟୁଟେଗା’ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦିନେ ଏଭଳି କହିଥିଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ଆଉ ଆଜି ତାହା ଶତ ପ୍ରମାଣିତ ହୋଇଛି । ଠାକରେଙ୍କ ନିକଟରୁ ମୁଖ୍ୟମନ୍ତ୍ରୀ ଚୌକି ଯାଇଛି । ବୁଧବାର ରାତିରେ ନିଜେ ସୋସିଆଲ ମିଡିଆରେ ଲାଇଭ୍‌ ଆସି ସିଏମ୍‌ ପଦରୁ ଇସ୍ତଫା ଦେଇଥିଲେ ଠାକରେ ।

ଏବେ ମହାରାଷ୍ଟ୍ର ରାଜନୀତିର ଦୃଶ୍ୟପଟ ବଦଳିବା ପରେ ନୂଆ ଭିଡିଓ ଜାରି କରିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ । ଦୀର୍ଘଦିନ ହେଲା ମହାରାଷ୍ଟ୍ର ପଲିଟିକ୍ସରେ ହାଇଡ୍ରାମା ଜାରି ରହିଥିବା ବେଳେ ମୁହଁ ଖୋଲୁନଥିଲେ କଙ୍ଗନା । ଏବେ ଉଦ୍ଧବଙ୍କ ଇସ୍ତଫା ପରେ ହଠାତ୍‌ ଭିଡିଓ ଜାରିକରି ପୂର୍ବ କଥା ମନେପକାଇଛନ୍ତି କଙ୍ଗନା ।

କଙ୍ଗନା କହିଛନ୍ତି, ‘୧୯୭୫ ପରେ ଏହି ସମୟ ଭାରତର ଲୋକତନ୍ତ୍ର ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ସମୟ । ୧୯୭୫ରେ ଜନନେତା ଜେପି ନାରାୟଣଙ୍କ ଗୋଟିଏ ନାରା ‘ସିଂହାସନ ଛୋଡୋ’ ଜୋରଦାର ହୋଇଥିଲା । ସେତେବେଳେ ସରକାରର ପତ୍ତନ ଘଟିଥିଲା । ୨୦୨୦ରେ ମୁଁ କହିଥିଲି ଲୋକତନ୍ତ୍ର ଏକ ବିଶ୍ବାସ । ସତ୍ତାର ଘମଣ୍ଡରେ ଆସି ଯିଏ ଏହି ବିଶ୍ବାସକୁ ଭାଙ୍ଗିଥାଏ ତାହାର ଘମଣ୍ଡ ଭାଙ୍ଗିବା ବି ଥୟ । ହନୁମାନଙ୍କୁ ଶିବଙ୍କର ୧୨ତମ ଅବତାର କୁହାଯାଏ । ଏବେ ଶିବସେନା ଯଦି ହନୁମାନ ଚାଳିଶାକୁ ବ୍ୟାନ୍‌ କରିଦେଉଛି ତେବେ ତାକୁ ଶିବ ବି ରକ୍ଷା କରିବେନି’। କଙ୍ଗନାଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

କଣ କହିଥିଲେ କଙ୍ଗନା :

ସେତେବେଳେ କଙ୍ଗନା ରଣାଓ୍ବତଙ୍କ ମୁମ୍ବାଇ ସ୍ଥିତ ଅଫିସ୍ ମଣିକର୍ଣ୍ଣିକା ଫିଲ୍ମସ୍‌କୁ ବିଏମସି ପକ୍ଷରୁ ଭଙ୍ଗାଯିବା ଘଟଣାରେ ଉଦ୍ଧବ ଠାକରେ ବିରୁଦ୍ଧରେ ମନଇଚ୍ଛା ବର୍ଷିଥିଲେ । କେବଳ ସେତିକି ନୁହେଁ କହିଥିଲେ, ‘ଉଦ୍ଧବ ଠାକରେ ଏକ୍‌ ବାତ୍‌ ୟାଦ୍‌ ରଖନା, ଆଜ୍‌ ମେରା ଘର ଟୁଟା ହୈ, କଲ୍‌ ତେରା ଘମଣ୍ଡ ଟୁଟେଗା’। ଆଉ ଆଜି ତାହା ହିଁ ହୋଇଛି । ମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଛନ୍ତି ଠାକରେ ।