PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

କହ୍ନୈୟାଲାଲଙ୍କ ହତ୍ୟା ପୂର୍ବରୁ ଅମରାବତୀରେ ହୋଇଥିଲା କେମିଷ୍ଟଙ୍କୁ ହତ୍ୟା; ନୁପୁର ଶର୍ମାଙ୍କ ବୟାନ ସମର୍ଥନରେ କରିଥିଲେ ପୋଷ୍ଟ, ଯାଞ୍ଚ କରୁଛି ପୁଲିସ୍‌

Image Courtesy : Live Hindustan

ଅମରାବତୀ,୦୨/୦୭: ଉଦୟପୁରରେ ଦର୍ଜୀ କହ୍ନୈୟାଲାଲଙ୍କୁ ହତ୍ୟା କରିବାର ଠିକ୍‌ ଗୋଟିଏ ସପ୍ତାହ ପୂର୍ବରୁ ମହାରାଷ୍ଟ୍ରାର ଅମରାବତୀ ଜିଲ୍ଲାରେ ୫୪ ବର୍ଷୀୟ କେମିଷ୍ଟ ଉମେଶ ପ୍ରହଲ୍ଲାଦରାଓ କୋହ୍ଲେଙ୍କୁ ୨୧ ଜୁନରେ ହତ୍ୟା କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କେମିଷ୍ଟ ଜଣଙ୍କ ମଧ୍ୟ ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ଏହି ମାମଲାର ଯାଞ୍ଚ କରୁଥିବା ପୁଲିସ୍‌ ଏହାକୁ କହ୍ନୈୟାଲାଲ ହତ୍ୟାକାଣ୍ଡ ଭଳି ସନ୍ଦେହକୁ ଆଣିଛି।

ଉମେଶ କୋହ୍ଲେଙ୍କ ପୁଅ ସଙ୍କେତ କୋହ୍ଲେଙ୍କ ଅଭିଯୋଗ ପରେ ଅମରାବତୀର ସିଟିକୋଟ ପୁଲିସ୍‌ ଷ୍ଟେସନରେ ମାମଲା ଦାୟର କରାଯାଇଛି। ୨୩ ଜୁନରେ ଏହି ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତ ମୁଦ୍ଦଶିର ଅହମ୍ମଦ ଏବଂ ୨୫ ବର୍ଷୀୟ ଶାହାରୁଖ ପଠାନକୁ ଗିରଫ କରାଯାଇଥିଲା। ପଚରାଉଚୁରା ପରେ ଜଣାପଡ଼ିଥିଲା ଯେ, ଏହି ମାମଲାରେ ଆହୁରୀ ୪ଜଣ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅବଦୁଲ୍‌ ତୌଫିକ, ସୋଏବ୍‌ ଖାନ୍‌ ଏବଂ ଅତିବ ରାସିଦ୍‌ କୁ ୨୫ ଜୁନରେ ପୁଲିସ୍‌ ଗିରଫ କରିଥିବା ବେଳେ ଅହମ୍ମଦ ଫିରୋଜ ଏବେବି ଫରାର ଅଛି।

ଏହିି ହତ୍ୟାକାଣ୍ଡ ୨୧ ଜୁନ୍‌ ରାତି ୧୦ରୁ ୧୦.୩୦ ଭିତରେ ଘଟିଥିଲା। ଓମେଶ ଯେତେବେଳେ ତାଙ୍କ ଦୋକାନ “ଅମିତ ମେଡିକାଲ ଷ୍ଟୋର” ବନ୍ଦ କରି ଘରକୁ ଯାଉଥିଲେ, ସେତେବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ସମୟରେ ସଂକେତ ତାଙ୍କ ପତ୍ନୀଙ୍କ ସହିତ ଅନ୍ୟ ଏକ ସ୍କୁଟରରେ ଥିଲେ। ସଂକେତ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, “ଆମେ ମହିଳା କଲେଜ ନିକଟ ନିଉ ହାଇସ୍କୁଲ ଗେଟ୍‌ ପାଖରେ ପହଞ୍ଚିବା ବେଳେ ଅଚାନକ୍‌ ଗୋଟିଏ ବାଇକରେ ଦୁଇଜଣ ଆସି ମୋ ବାପାଙ୍କ ଗାଡ଼ି ଆଗରେ ଠିଆ ହୋଇ ଯାଇଥିଲେ। ଜଣେ ହଠାତ୍‌ ବାଇକରୁ ଓହ୍ଲାଇ ମୋ ଭୁଜାଲୀରେ ମୋ ବାପାଙ୍କ ବେକୁ ଆକ୍ରମଣ କରିଚାଲିଥିଲା। ରକ୍ତ ଜୁଡ଼ୁବୁଡ଼ୁ ହୋଇ ମୋ ବାପା ସେଇଠି ଟଳିପଡ଼ିଥିଲେ। ମୁଁ ମୋ ସ୍କୁଟରକୁ ସାଇଡରେ ରଖି ସାହାଯ୍ୟ ପାଇଁ ଚିତ୍କାର କଲି। ସେତେବେଳକୁ ଦୁବୃର୍ତ୍ତ ମାନେ ତିନୋଟି ଯାକ ବାଇକ ଧରି ଫେରାର ହୋଇଯାଇଥିଲେ। ନିକଟରେ ଥିବା କିଛି ଲୋକଘଙ୍କ ସହାୟତାରେ ମୋ ବାପାଙ୍କୁ ମେଡିକାଲ ନେଇଯାଇଥିଲୁ , ସେଠାରେ ତାଙ୍କର ଚିକିତ୍ସାଧିନ ଅବସ୍ତାରେ ମୃତ୍ୟୁ ହୋଇଥିଲା”।

ଅମରାବତୀ ସହରର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ଗିରଫ ହୋଇଥିବା ଅଭିଯୁକ୍ତ ମାନେ କହିଛନ୍ତି ଯେ, ସେମାନେ ଅନ୍ୟଜଣେ ଅଭିଯୁକ୍ତକୁ ସାହାଯ୍ୟ ମାଗିଥିଲେ, ଯିଏକି ଏମାନଙ୍କୁ ଗୋଟିଏ କାର ଏବଂ ଫେରାର ହେବା ପାଇଁ ୧୦ ହଜାର ଟଙ୍କା ଦେଇଥିଲା। ପୁଲିସ୍‌ ଅଧିକାରୀ ଜଣଙ୍କ କହିଛନ୍ତି ଯେ,ଫେରାର ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଅନ୍ୟ ପାଞ୍ଚଜଣଙ୍କୁ ଏହି ହତ୍ୟାର ଦାୟୀତ୍ବ ଦେଇଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ କୋହ୍ଲେଙ୍କ ଉପରେ ନଜର ରଖିଥିବା ବେଳେ କୋହ୍ଲେ ଦୋକାନରୁ ବାହାର କେତେବେଳେ ବାହାରିବେ ତା ଉପରେ ନଜର ରଖିଥିଲେ ଆଉ ତିନିଜଣ। ଏହି ତିନିଜଣ କୋହ୍ଳେଙ୍କୁ ରୋକିଲେ ଏବଂ ତାଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା।

ପୁଲିସର କହିବା କଥା ହେଲା, କୋହ୍ଲେ ତାଙ୍କ ହ୍ବାଟ୍ସଆପରେ ନୁପୁର ଶର୍ମାଙ୍କ ବୟାନର ସମର୍ଥନରେ ଏକ ପୋଷ୍ଟ କରିଥିଲେ ଏବଂ ସେହି ପୋଷ୍ଟକୁ ଏକ ଇସଲାମ ଗୃପରେ ସେୟାର କରିଥିଲେ। ସେହି ଗୃପରେ ମଧ୍ୟ ଜଣେ ରିପ୍ଳାଏ ଦେଇଥିଲେ ଯେ, ପୈଗମ୍ବର ମାମଲାରେ ବିବାଦୀୟ ବୟାନ ଦେଇଥିବା ମହିଳା ଓ ତାକୁ ସମର୍ଥନ କରୁଥିବା ଲୋକଙ୍କୁ ମାରିଦେବା ଉଚିତ୍। ତେବେ ଏହି ଘଟଣାକୁ ନେଇ ପୁଲିସ୍‌ ଯାଞ୍ଚ କରୁଥିବା ବେଳେ ଅଭିଯୁକ୍ତ ମାନଙ୍କ ଠାରୁ ଭୁଜାଲୀ ଓ ଅନ୍ୟ ମାରଣାସ୍ତ୍ର ସମେତ ଗାଡ଼ି, ମୋବାଇଲ ଫୋନ, ଆଇଡି କାର୍ଡ ଏବଂ ସେମାନଙ୍କ ପରିବାର ଲୋକଙ୍କର ବ୍ୟାଙ୍କ୍‌ ପାସବୁକ୍‌ ଜବତ କରି ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚଳାଇଛି।