PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

କହ୍ନେୟାଲାଲଙ୍କ ୮ବର୍ଷିୟ ପୁଅ ଅଜାଣତରେ ହ୍ୱାଟ୍ସଆପ୍‌ରେ କରିଥିଲେ ପୋଷ୍ଟ , ଆଇଏସ୍‌ ଷ୍ଟାଇଲ୍‌ରେ ହତ୍ୟାକାଣ୍ଡକୁ ନେଇ ଚର୍ଚ୍ଚା ଜୋର

ଉଦୟପୁର : ରାଜସ୍ଥାନର ଉଦୟପୁରରେ ନୂପୁର ଶର୍ମାଙ୍କ ସମର୍ଥନରେ ଏକ ପୋଷ୍ଟ କାରଣରୁ ଘଟିଛି ହୃଦୟଥରା ଘଟଣା। କହ୍ନେୟାଲାଲ ନାମକ ଜଣେ ଟେଲରଙ୍କ ଗଳା କାଟି ହତ୍ୟା କରି ଦିଆ ଯାଇଛି। ଅଭିଯୁକ୍ତମାନେ ଇସ୍ଲାମିକ ଷ୍ଟେଟ୍‌ର ଆତଙ୍କୀଙ୍କ ଭଳି କ୍ରୁରତା ଦେଖାଇ କହ୍ନେୟାଲାଲଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ନୂପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ ଲେଖିଥିବା ବ୍ୟକ୍ତିଙ୍କୁ ହତ୍ୟା , ଉଦୟପୁରରେ ଉତ୍ତେଜନା

କୁହାଯାଉଛି କି, କହ୍ନେୟାଲାଲଙ୍କର ମୋବାଇଲରୁ କିଛି ଗ୍ରୁପ୍‌ରେ ହ୍ୱାଟ୍ସଆପ୍‌ ପୋଷ୍ଟକୁ ଫରୱାର୍ଡ କରାଯାଇ ଥିଲା , ଯେଉଁଥିରେ ଅସନ୍ତୁଷ୍ଟ ହୋଇ କଠୋରପନ୍ଥୀ ତାଙ୍କର ଜୀବନ ପାଇଁ ଶତ୍ରୁ ପାଲଟି ଗଲେ।

ପୁଅ ଭୁଲରେ ପୋଷ୍ଟ ପଠେଇ ଦେଇଥିଲେ –

କହ୍ନେୟାଲାଲଙ୍କ ପରିବାର ଲୋକଙ୍କ କହିବାନୁସାରେ , ଏହି ପୋଷ୍ଟ ଭୁଲ୍‌ରେ କହ୍ନେୟାଙ୍କ ୮ ବର୍ଷିୟ ନିରୀହ ପୁଅ ଅଜାଣତରେ କିଛି ହ୍ୱାଟ୍ସଆପ୍‌ ଗ୍ରୁପ୍‌କୁ ପଠାଇ ଦେଇଥିଲେ। ଏହି ପୋଷ୍ଟ କିଛି କଠୋରପନ୍ଥୀଙ୍କ ନଜରକୁ ଆସିଥିଲା । ଫଳରେ ସେମାନେ କହ୍ନେୟାଲାଲଙ୍କ ଶତ୍ରୁ ହୋଇଗଲେ । ଅଭିଯୁକ୍ତ ରିୟାଜ ୧୭ଜୁନ୍‌ରେ ହିଁ ଏକ ଭିଡ଼ିଓ ଜାରି କରି କହ୍ନେୟାଙ୍କୁ ମାରିବାକୁ ଧମକ ଦେଇଥିଲେ । କୁହାଯାଉଛି କି , କହ୍ନେୟାଲାଲ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଥିଲେ ।