PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ବନ୍ଦ ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କଣ୍ଟାବାଞ୍ଜି, ୦୪/୦୬ : ତୁରେକେଲା ଥାନା ବରିଆଳି ଗାଁର ଏକ ବନ୍ଦ ଘର ଭିତରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ ହେଲେ ଖୀର ସଗ୍ରୀଆ। ତେବେ ମହିଳାଙ୍କ ମୃତଦେହ ମିଳିବା ପରେ ତାଙ୍କ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଏହି ଘଟଣା ପରେ ଖୀର ସଗ୍ରୀଆଙ୍କ ସ୍ଵାମୀ ତୁଲାରାମ ସଗ୍ରୀଆଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରା ଉଚୁରା କରୁଛି।

ସୂଚନାନୁଯାୟୀ, ବରିଆଳି ଗାଁର ତୁଲାରାମ ଏବଂ ଖୀରଙ୍କ ବିବାହ ଦୀର୍ଘ ୧୫ ବର୍ଷ ହେବ ହୋଇଥିଲା । ପ୍ରାୟ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟ କୌଣସି କାରଣକୁ ନେଇ ଝଗଡା ଲାଗି ରହୁଥିଲା । କିଛି ମାସ ପୂର୍ବରୁ ଝଗଡା ହୋଇଥିବା ବେଳେ ତୁରେକେଲା ଥାନାକୁ କଥା ଯାଇଥିଲା । ଥାନାରେ ସ୍ୱାମୀ ସ୍ତ୍ରୀଙ୍କ ଆପୋଷ ବୁଝାମଣା ହୋଇଥିଲା । ତେବେ ଆଜି ସକାଳ ସମୟରେ ଖୀରଙ୍କ ମୃତଦେହ ତାଙ୍କ ଘରେ ପଡିଥିବା ଦେଖିବାକୁ ମିଳିଛି। ଏନେଇ ମୃତ ମହିଳାଙ୍କ ଭାଇ କାମେଶ୍ୱର ଛୁରା ତାଙ୍କ ଭଉଣୀଙ୍କ ହତ୍ୟା ହୋଇଥିବା ତୁରେକେଲା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ମାମଲାରେ ପୋଲିସ ମୃତ ଖୀରଙ୍କ ସ୍ୱାମୀ ତୁଲାରାମ ସଗ୍ରୀଆଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।