ସିନେମାଘରେ ୧୦୦ ଦିନ ପୂରଣ କଲା ‘କାନ୍ତାରା’, ଇମୋସନାଲ୍ ପୋଷ୍ଟ ସେୟାର କଲେ ଋଷଭ ଶେଟ୍ଟୀ

timesofindia
ମୁମ୍ବାଇ ୨୫/୦୧: ଋଷଭ ଶେଟ୍ଟୀଙ୍କ ‘କାନ୍ତାରା’ କେବଳ ସାଧାରଣ ଦର୍ଶକଙ୍କୁ ନୁହେଁ। ବଲିଉଡରୁ ନେଇ ଦକ୍ଷିଣ ସିନେମା ପର୍ଯ୍ୟନ୍ତ ସମସ୍ତ ଭେଟେରାନଙ୍କୁ ମଧ୍ୟ ପ୍ରଭାବିତ କରିଛି। ଫିଲ୍ମଟି ଗତ ବର୍ଷ ୨୦୨୨ ରେ ରିଲିଜ୍ ହୋଇଥିଲା। କନ୍ନଡରେ ସଫଳତାକୁ ଦେଖି ଫିଲ୍ମଟି ହିନ୍ଦୀରେ ମୁକ୍ତିଲାଭ କରିଥିଲା। ବର୍ତ୍ତମାନ ‘କାନ୍ତାରା’ ଆଉ ଏକ ସଫଳତା ହାସଲ କରିଛି। ଫିଲ୍ମଟି ସିନେମାଘସରେ ୧୦୦ ଦିନ ପୂରଣ କରିଛି।
‘କାନ୍ତାରା’ ସିନେମାଘରେ ୧୦୦ ଦିନ ପୂରଣ କରିଛି। ଫିଲ୍ମର ଏହି ସଫଳତାରେ ପ୍ରଡକ୍ସନ୍ ହାଉସ୍ ଏକ ଟ୍ୱିଟ୍ କରିଛି। ଟ୍ୱିଟ୍ରେ ସେ ଲେଖିଛନ୍ତି- ‘କାନ୍ତାରା ହିନ୍ଦୀରେ ବହୁତ ଭଲ ବ୍ୟବସାୟ କରିଛି। ପାରମ୍ପାରିକ ଲୋକ ସାହିତ୍ୟ ଫିଲ୍ମ ସିନେମାଘରେ ୧୦୦ ଦିନ ପୂରଣ କରିଛି। ଏଥିପାଇଁ ଆମେ ଆମର ଦର୍ଶକଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛୁ।’ ଫ୍ୟାନ୍ସ ମଧ୍ୟ ଫିଲ୍ମର ଏହି ବିରାଟ ସଫଳତାକୁ ପାଳନ କରୁଛନ୍ତି। ଲୋକମାନେ ଟ୍ୱିଟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି।