ଏଦୁଲୁୱାଲସା କପା ମିଲ୍ରେ ଭୟଙ୍କର ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର କପା ସାମଗ୍ରୀ ନଷ୍ଟ

ଗୁଣପୁର ୦୬/୦୨: ଏଦୁଲୁଓ୍ବାଲସା କପାମିଲ୍ରେ ଭୟଙ୍କର ଅଗ୍ନିକାଣ୍ଡ। ପୋଡି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର କପା।ନିଆଁ ଲାଗିବାର କାରଣ ଏଯାଏଁ ଜଣାପଡିନାହିଁ। ଘଟଣାସ୍ଥଳରେ ଗୁଣପୁର ଓ ଗୁମୁଡ଼ା ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।ସଟ୍ ସର୍କିଟ୍ ଯୋଗୁଁ ଏଭଳି ହୋଇଥାଇପାରେ ବୋଲି କୁହାଯାଉଛି।

ସୂଚନା ମୁତାବକ, ସୋମବାର ସକାଳେ ଗୁଣପୁର ରାମନାଗୁଡା ବ୍ଲକ ଏଦୁଲୁଓ୍ବାଲସା ଚନ୍ଦନା ଏଗ୍ରୋଟେକ୍ କପା ଜିନିଂ ମିଲରେ ନିଆଁ ଲାଗି ବହୁ ପରିମାଣର କପା ନଷ୍ଟ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପା ପୋଡି ନଷ୍ଟ ହୋଇଯାଇଛି। ସଟ୍ ସର୍କିଟ୍ ଯୋଗୁଁ ଏଭଳି ହୋଇଥାଇପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ରଖିବା ସୂଚନା ମିଳିଛି।