PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଟିମ୍ ଇଣ୍ଡିଆର ନୂଆ କୋଚ୍ ଚୟନ କରିବେ କପିଲ୍ ଦେବ୍

ନୁଆଦିଲ୍ଲୀ /: ୧୯୮୩ରେ ଭାରତକୁ ପ୍ରଥମ ବିଶ୍ୱକପ୍ ଦେଇଥିବା କ୍ଯାପ୍ଟେନ୍ କପିଲ ଦେବ ଏବେ ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଆଗାମୀ କୋଚ୍ ଚୟନ କରିବେ । କୋଚ୍ ପଦ ପାଇଁ ଇଣ୍ଟରଭ୍ଯ ଅଗଷ୍ଟରେ ହୋଇପାରେ । ସିଓଏ ଶୁକ୍ରବାର ବୈଠକ ସମୟରେ ଏହି ନିଷ୍ପତ୍ତି ନେଇଛନ୍ତି । କପିଲ ଦେବଙ୍କ ବ୍ୟତୀତ ସମିତିରେ ଭାରତୀୟ ମହିଳା ଟିମର ପୂର୍ବତନ କ୍ୟାପ୍ଟେନ୍ ଶାନ୍ତା ରଙ୍ଗାସ୍ୱାମୀ ଓ ପୁରୁଷ ଟିମର ପୂର୍ବତନ କୋଚ୍ ଅଂଶୁମାନ୍ ଗାୟକୱାଡ ସାମିଲ ଅଛନ୍ତି । ଏହି ୩ ଜଣିଆ ଟିମ୍ ଭାରତୀୟ କ୍ରିକେଟ ଟିମର କୋଚ୍ ଚୟନ କରିବ ।

ସିଓଏ ପ୍ରମୁଖ ବିନୋଦ ରାୟ ବୈଠକରେ କହିଛନ୍ତି ଯେ ଏହି ୩ ଜଣ ପୁରୁଷ ଟିମର କୋଚ୍ ଚୟନ କରିବେ । କହିରଖୁଛୁ ଟିମ୍ ଇଣ୍ଡିଆର ବର୍ତ୍ତମାନର କୋଚ୍ ରବି ଶାସ୍ତ୍ରୀ ୱେଷ୍ଟଇଣ୍ଡିଜ ଗସ୍ତ ଶେଷ ପର୍ୟ୍ୟନ୍ତ ହିଁ କାର୍ଯ୍ଯକାଳରେ ରହିବେ ।

କପିଲ, ଅଂଶୁମାନ ଓ ଶାନ୍ତାଙ୍କ ଟିମ୍ କିଛି ଦିନ ପୂର୍ବରୁ ମହିଳା ଟିମର କୋଚ୍ ଡବ୍ଲୁୱି ରମନଙ୍କୁ ନିଯୁକ୍ତି ଦେଇଥିଲା । ଯେତେବେଳେ ତେନ୍ଦୁଲକର, ଗାଙ୍ଗୁଲି ଓ ଭିଭିଏସ୍ ଲକ୍ଷ୍ମଣଙ୍କ କ୍ରିକେଟ୍ ଆଡଭାଇଜର ସମିତି(ସିଏସି) କୋଚ୍ ନିଯୁକ୍ତି କରିବାକୁ ମନା କରିଦେଇଥିଲେ ସେତେବେଳେ କପିଲ, ଅଂଶୁମାନ ଓ ଶାନ୍ତାଙ୍କ ଟିମ୍ ଏହି ଚୟନ କରିଥିଲା ।

ତେବେ ଏଥର କିନ୍ତୁ ମାମଲା ଟିକିଏ ଭିନ୍ନ ଅଛି । ବିସିସିଆଇ ମୁଖ୍ଯ କୋଚ୍ ସମେତ କୋଚିଂ ଷ୍ଟାଫ୍ ନିଯୁକ୍ତି ପାଇଁ କଡା ସର୍ତ୍ତ ରଖିଛି । ସର୍ତ୍ତ ଅନୁସାରେ ହେଡ୍ କୋଚଙ୍କ ବୟସ ୬୦ ବର୍ଷରୁ କମ୍ ହୋଇଥିବା ଉଚିତ୍ । ଏହା ବ୍ୟତୀତ କୋଚ୍ ସେହି ବ୍ଯକ୍ତି ହୋଇପାରିବ ଯାହା ପାଖରେ କୋଚିଂରେ ଲେବଲ୍-୩ର କ୍ୱାଲିଫିକେସନ୍ ଥିବ । ଯଦି ତା ପାଖରେ କ୍ୱାଲିଫିକସନ୍ ନଥିବ ତେବେ ଅତିକମରେ ୩୦ ଟେଷ୍ଟ କିମ୍ବା ୫୦ ୱନଡେ ମ୍ୟାଚର ଅନୁଭବ ରହିଥିବ ।