PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ରାଜପଥ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

କହ୍ନୈୟାଙ୍କ ପରିବାର ପାଇଁ ୨୪ ଘଣ୍ଟାରେ ଆଦାୟ ହେଲା ୧ କୋଟିରୁ ଅଧିକ ଟଙ୍କା; ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଦେଇଛନ୍ତି ୫୧ ଲକ୍ଷ ଟଙ୍କା ଓ ଦୁଇ ପୁଅଙ୍କୁ ସରକାରୀ ଚାକିରି ପ୍ରତିଶ୍ରୁତି…

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ସହ ଜଡିତ କଠୋରପନ୍ଥିଙ୍କ ଦ୍ବାରା ଦ୍ୱାରା ଉଦୟପୁରରେ ହତ୍ୟା କରାଯାଇଥିବା କହ୍ନୈୟାଙ୍କ ପରିବାରକୁ ଏବେ ସାରାଦେଶରୁ ସହାନୁଭୂତି ମିଳୁଛି । ଟେଲର ଦୋକାନ ଚଳାଉଥିବା କହ୍ନୈୟା ପରିବାର ପାଇଁ ଏକମାତ୍ର ଆୟର ଉତ୍ସ ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ପରିବାରର ଆୟର ଉତ୍ସ ହରାଇଥିବାରୁ ଲୋକମାନେ ତାଙ୍କୁ ଉଦାର ଭାବରେ ଦାନ କରିଛନ୍ତି ।  ବିଜେପି ନେତା କପିଲ ମିଶ୍ର କ୍ରାଉଡ୍ ଫଣ୍ଡିଂ ଜରିଆରେ କହ୍ନୈୟାଙ୍କ ପରିବାର ପାଇଁ ୧.୩୭ କୋଟି ଟଙ୍କା ସଂଗ୍ରହ କରିଛନ୍ତି । ୨୪ ଘଣ୍ଟା ମଧ୍ୟରେ ଲୋକମାନେ କହ୍ନୈୟାଙ୍କ ପରିବାରକୁ ଏକ କୋଟିରୁ ଅଧିକ ଟଙ୍କା ଦାନ କରିଛନ୍ତି ।

କପିଲ ମିଶ୍ରାଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ୧୨ ହଜାରରୁ ଅଧିକ ଲୋକ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରିଥିଲେ । ୩୦ ଦିନରେ କହ୍ନୈୟାଙ୍କ ପରିବାର ପାଇଁ ଏକ କୋଟି ସଂଗ୍ରହ କରିବାକୁ ଟାର୍ଗେଟ କରାଯାଇଥିଲା । କହ୍ନୈୟାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଆହତ ଇଶ୍ୱର ସିଂଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ୧.୩୭ କୋଟି ଟଙ୍କା ଆଦାୟ ହୋଇଛି । ତେବେ କେବଳ ଚଳଚ୍ଚିତ୍ର ନିର୍ମାତା ମନୀଷ ମୁଣ୍ଡ୍ରା ୧୧ ଲକ୍ଷ ଟଙ୍କା ଦେଇଛନ୍ତି । କପିଲ ମିଶ୍ରାଙ୍କ ଅନୁଯାୟୀ ଦେଶ ତଥା ବିଶ୍ବର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ସାହାଯ୍ୟ ପଠାଇଛନ୍ତି ।

ତେବେ ଏହି ଅଭିଯାନ ଆରମ୍ଭ କରି କପିଲ ମିଶ୍ରା ଟ୍ୱିଟରରେ ଲେଖିଛନ୍ତି ଯେ ଉଦୟପୁରରେ କହ୍ନୈୟା ଲାଲଙ୍କ ହତ୍ୟା ହୋଇଛି । ଆତଙ୍କବାଦୀମାନେ ଜଣେ ଗରିବ ହିନ୍ଦୁଙ୍କୁ ହତ୍ୟା କରିଥିଲେ । କହ୍ନୈୟା ଲାଲ ଜିଙ୍କ ପରିବାରର ଦାୟିତ୍ବ ବର୍ତ୍ତମାନ ଆମର । ତାଙ୍କ ପତ୍ନୀ, ପିଲାମାନେ ଏକାକୀ କିମ୍ବା ଦୁର୍ବଳ ରହିବେ ନାହିଁ ।

ସେହିଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି (ଗୁରୁବାର)  କହ୍ନୈୟାଙ୍କ ଘରେ ପହଞ୍ଚି ପରିବାରକୁ ୫୧ ଲକ୍ଷ ଟଙ୍କାର ଚେକ୍ ହସ୍ତାନ୍ତର କରିଛନ୍ତି । ସେ କହ୍ନୈୟାଙ୍କ ଉଭୟ ପୁଅଙ୍କୁ ସରକାରୀ ଚାକିରୀ ପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

ସମ୍ବନ୍ଧିତ ଖବର