ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ

ନୂଆଦିଲ୍ଲୀ ୦୬/୦୭: ଫିଲ୍ମ ନିର୍ମାତା କରନ ଜୋହର ମଙ୍ଗଳବାର ଦିନ ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବନ୍ୟା ପରିସ୍ଥିତି ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ନିଜ ଟ୍ୱିଟର ହ୍ୟାଣ୍ଡେଲରେ କରନଙ୍କୁ ପ୍ରଶଂସା କରି ଏହି ଖବର ସେୟାର କରିଛନ୍ତି।
ଅର୍ଜୁନ କପୁର, ରୋହିତ ଶେଟ୍ଟୀ, ସୋନୁ ନିଗମଙ୍କ ପରି ଅନେକ ବଲିଉଡ୍ ସେଲିବ୍ରିଟି ମଧ୍ୟ ଏଥିପାଇଁ ସହଯୋଗର ହାତ ବଢାଇଛନ୍ତି । ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବା ଟ୍ୱିଟ୍ କରି ଲେଖିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୧୧ ଲକ୍ଷ ଟଙ୍କା ଯୋଗଦାନ ଦେଇଥିବାରୁ ଫିଲ୍ମ ନିର୍ମାତା କରନ ଜୋହର ଏବଂ ଧର୍ମ ପ୍ରଡକ୍ସନ୍ସର ମୁଁ କୃତଜ୍ଞ।
Grateful to film producer Shri @karanjohar and Dharma Productions for contributing ₹11 lakh to CM Relief Fund.
— Himanta Biswa Sarma (@himantabiswa) July 5, 2022
Also acknowledge Shri Rohit Shetty for his initiative of getting the entire Indian film industry together for the cause of #AssamFloods.@iamrohitshetty
ଏହାପୂର୍ବରୁ ରୋହିତ ଶେଟ୍ଟୀ ଏବଂ ଅଭିନେତା ଅର୍ଜୁନ କପୁର ସିଏମଆରଏଫକୁ ପ୍ରତ୍ୟେକ ୫ ଲକ୍ଷ ଟଙ୍କା ଲେଖାଁଏ ପ୍ରଦାନ କରିଥିଲେ। ଟି-ସିରିଜ୍ ମାଲିକ ଭୂଷଣ କୁମାର ବି ୧୧ ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ଗାୟକ ସୋନୁ ନିଗମ ବନ୍ୟା ପରିସ୍ଥିତି ଏବଂ ଥଇଥାନ ପାଇଁ ସିଏମ୍ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।