PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ପ୍ରଥମ ଥର ପାଇଁ ଗୋଟିଏ ଫିଲ୍ମରେ ନଜର ଆସିବେ ଆମିର, ଶାହାରୁଖ ଓ ସଲମାନ: ମେଗା ବଜେଟର ଫିଲ୍ମ ଆଣୁଛନ୍ତି କରଣ ଜୋହର

source:www.desimartini.com

ମୁମ୍ବାଇ ୧/୪: ବଲିଉଡରେ ଏକାଠି ନିଜ କ୍ଯାରିୟର ଆରମ୍ଭ କରିଥିଲେ ସଲମାନ ଖାନ୍, ଆମିର ଖାନ୍ ଓ ଶାହାରୁଖ ଖାନ୍ ।  ଗତ ୨୫ ବର୍ଷ ହେବ ଇଣ୍ଡଷ୍ଟ୍ରୀରେ ରାଜ୍ କରିଆସୁଛନ୍ତି ଏହି ୩ ଖାନ୍ । ତେବେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ଫିଲ୍ମରେ ନଜର ଆସିନାହାନ୍ତି ଏହି ୩ ଖାନ୍ । ଅବଶ୍ଯ ସଲମାନ ଓ ଶାହାରୁଖ କିଛି ଫିଲ୍ମରେ ସ୍କ୍ରିନ୍ ସେୟାର କରିଆସିଛନ୍ତି ଏବଂ ଆମିର ଓ ସଲମାନ ଗୋଟିଏ ଫିଲ୍ମରେ ଏକାଠି କାମ କରିଛନ୍ତି । କିନ୍ତୁ ଏବେ ଏକ ଚମତ୍କାର ହେବାକୁ ଯାଉଛି । ୩ ଖାନ୍ ଗୋଟିଏ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି ।

ଏହି ଚମତ୍କାର କେବଳ କରଣ ଜୋହରଙ୍କ ପାଇଁ ସମ୍ଭବ ହେବାକୁ ଯାଉଛି । କରଣ ଲଗାତାର ବିଗ୍ ବଜେଟର ଫିଲ୍ମ ରିଲିଜ କରନ୍ତି । କିନ୍ତୁ ଏବେ ସେ ଏକ ମେଗା ବଜେଟର ଫିଲ୍ମ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି ଯେଉଁଥିରେ ବଲିଉଡର ୩ ଖାନ୍ ସାମିଲ ହେବେ ।  

ସୂଚନା ଅନୁସାରେ କରଣଙ୍କ ପାଖକୁ ଏମିତି ଏକ ସ୍କ୍ରିପ୍ଟ ଆସିଛି ଯେଉଁଥିରେ ଶାହାରୁଖ, ସଲମାନ ଓ ଆମିରଙ୍କ ଆବଶ୍ୟକତା ଥିଲା । ଏହାପରେ ପ୍ରଡ୍ଯୁସର ୩ ଖାନଙ୍କୁ ଜଣଙ୍କ ପରେ ଜଣଙ୍କ ସହିତ ଆଲୋଚନା କଲେ ଏବଂ ତାଙ୍କୁ ସବଜେକ୍ଟ ଶୁଣାଇଲେ । ୩ ଖାନ୍ ଫିଲ୍ମର ଥିମକୁ ବହୁତ ପସନ୍ଦ କରିଛନ୍ତି । ୩ ଖାନଙ୍କୁ ଅନୁଭବ ହୋଇଛି ଯେ ଏବେ ସେମାନଙ୍କୁ ଏକାଠି କାମ କରିବା ଉଚିତ୍ । ଏବଂ ଏହି ସମୟରେ କରଣଙ୍କ ମେଗା ବଜେଟ୍ ଫିଲ୍ମ ସେମାନଙ୍କୁ ବେଷ୍ଟ ଆଇଡିଆ ବୋଲି ମନେ ହେଲା ।

କହିରଖୁଛୁ କରଣ ଜୋହର ୩ ଖାନଙ୍କ ଏହି ଫିଲ୍ମର ପ୍ରସ୍ତୁତି ଏବେଠୁ ଆରମ୍ଭ କରିଦେଇଛନ୍ତି । କହିରଖୁଛୁ ଯେ ଖୁବଶୀଘ୍ର ଫିଲ୍ମର ନାୟିକାଙ୍କ ନାଁ ମଧ୍ଯ ଘୋଷଣା ହେବ । ସୂଚନା ଅନୁସାରେ କରଣ ଏହି ଫିଲ୍ମକୁ ପ୍ରାୟ ୫କୋଟି ବଜେଟରେ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମଧ୍ଯ ୩ ଖାନ୍ ଗୋଟିଏ ଫିଲ୍ମରେ ନଜର ଆସିବା କଥା ଅନେକ ଥର ଚର୍ଚ୍ଚାକୁ ଆସିଛି । ତେବେ ଦେଖାଯାଉ କରଣଙ୍କ ଏହି ଫିଲ୍ମ କେବେ ପରଦାକୁ ଆସୁଛି…

ସମ୍ବନ୍ଧିତ ଖବର