ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କପୁର ପରିବାର, ଜେହ-ତୈମୁରଙ୍କ ପାଇଁ ବିଶେଷ ଉପହାର ଦେଲେ ମୋଦି

Published By : Anindita Ratha | December 11, 2024 1:29 PM

ମୁମ୍ବାଇ,୧୧/୧୨: ଆସନ୍ତା ୧୪ ତାରିଖରେ ବଲିଉଡ଼ର ଭେଟେରାନ ଅଭିନେତା ରାଜ କପୁରଙ୍କ  ୧୦୦ତମ ଜନ୍ମ ବାର୍ଷିକୀ  ଖୁବଶୀଘ୍ର ପାଳନ ହେବାକୁ ଯାଉଛି । ଏହି ଦିନ ଆୟୋଜନ ହେବାକୁ ଯାଉଛି ଫିଲ୍ମ ଫେଷ୍ଟିଭାଲ । ତେବେ କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ ଦେଇଛନ୍ତି କପୁର ପରିବାର । ଯାହାର ଫଟୋ କରିନା କପୁର ତାଙ୍କର ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ପ୍ରଧାନମନ୍ତ୍ରୀ କରିନାଙ୍କ ୨ ପୁଅଙ୍କ ପାଇଁ ଏକ ସ୍ପେଶାଲ ଗିପ୍ଟ ଦେଇଥିବାର ଦେଖିବାକୁ ମିଳିଛି।  

ସୂଚନା ମୁତାବକ, ଏହି ବିଶେଷ ସମୟର କିଚି ଫଟୋ କରୀନା କପୁର ଖାନ ଇନଷ୍ଟାଗ୍ରାମରେ  ସେୟାର କରିଛନ୍ତି। ଏହି ସମୟରେ ପିଏମ ମୋଦି ଏକ କାଗଜରେ ଦସ୍ତଖତ କରୁଥିବା ନଜର ଆସିଛନ୍ତି। ତାଙ୍କ ସାମ୍ନାରେ କରୀନା କପୁରଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ବାସ୍ତବରେ କରିନା କପୁର ଏବଂ ସୈଫ ଅଲି ଖାନଙ୍କ ପୁଅ ଜେହ ଏବଂ ତୈମୁରଙ୍କ ନାମ ଏହି କାଗଜରେ ଲେଖାଯାଇଛି । ଏଥିସହ ପ୍ରଧାନମନ୍ତ୍ରୀ ସେମାନଙ୍କ ନାମ ତଳେ ତାଙ୍କ ନାମର ଦସ୍ତଖତ କରିଛନ୍ତି। କରିନା କପୁର ଖାନ ତାଙ୍କ ପୁଅମାନଙ୍କ ପାଇଁ ଏହି ବିଶେଷ ଉପହାର ମାଗିଥିଲେ । ତେବେ ଏହି ଫଟୋକୁ ସେୟାର କରି କରିନା କ୍ୟାପସନରେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ କପୁରଙ୍କ ୧୦୦ ତମ ଜନ୍ମ ବାର୍ଷିକୀ ପାଇଁ ନିମନ୍ତ୍ରଣ କରାଯାଇଛି। ତାଙ୍କ ସହ ଭେଟି ବେଶ ଭଲ ଲାଗୁଛି । ଏହି ବିଶେଷ ସମୟ ପାଇଁ ଆପଣଙ୍କୁ ଧନ୍ୟବାଦ୍ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.