PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କର୍ଣ୍ଣାଟକ ନାଟକର ମୁଖ୍ୟ ଅଭିନେତା

ବେଙ୍ଗାଲୁରୁ,୨୪/୦୭(ଏଜେନ୍ସି): କର୍ଣ୍ଣାଟକ ରାଜନୀତିରେ ଯେଉଁ ମହାନାଟକ ଗତ ୧୬ଦିନ ଧରି ଲାଗି ରହିଥିଲା ତାହାର ମୁଖ୍ୟ ଅଭିନେତା ଥିଲେ ବିଧାନସଭା ବାଚସ୍ପତି ତଥା ବରିଷ୍ଠ କଂଗ୍ରେସ ନେତା କେ.ଆର ରମେଶ କୁମାର । ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବାହାନାରେ ସେ ଭୋଟିଂକୁ ବେଶ ବହୁ ସମୟ ପର୍ଯ୍ୟନ୍ତ ଲଟକାଇ ରଖିଥିଲେ । ଯାହାକି କୁମାରସ୍ୱାମୀ ସରକାର ପାଇଁ ଆଶ୍ୱସ୍ତ ଆଣିଦେଇଥିଲା ଏବଂ ବିଦ୍ରୋହୀ ବିଧାୟକଙ୍କୁ ମନାଇ ଦଳକୁ ପୁଣି ଫେରାଇ ଆଣିବା ଲାଗି ପର୍ଯ୍ୟାପ୍ତ ସମୟ ମିଳିଥିଲା । ହେଲେ ସେହି ସମୟର ସଦୁପଯୋଗ ନା କଂଗ୍ରେସ ନା ଜେଡିଏସ୍‌ କେହି କରିପାରିଲେ ନାହିଁ ।

ଏପରିକି ରାଜ୍ୟପାଳ ବଜୁଭାଇ ରୁଦାଭାଇ ବାଲାଙ୍କ ନିର୍ଦ୍ଦେଶକୁ ମଧ୍ୟ ବାଚସ୍ପତି ଅମାନ୍ୟ କରିଥିଲେ । ବିରୋଧୀ ବିଜେପି ତାଙ୍କ ଉପରେ ପକ୍ଷପାତ ଅଭିଯୋଗ ଆଣିଥିଲା । କିନ୍ତୁ ସେ ନିଜ କାର୍ଯ୍ୟ ଓ ବୟାନରେ ଅଟଳ ରହିଥିଲେ । କୁମାର କନ୍ନଡ ଟେଲିଭିଜନରେ ମଧ୍ୟ ଅଭିନୟ କରିଛନ୍ତି । ଟେଲିଭିଜନ ସିରିୟଲରେ ସେ ରାଜନେତା ଭୂମିକାରେ ଆସିଛନ୍ତି । ଗୃହରେ ବିଧାୟକଙ୍କ ତୁଳନାରେ ସେ ଅଧିକ କଥା କହିଥାନ୍ତି ବୋଲି ବିରୋଧୀ ଅଭିଯୋଗ ଆଣନ୍ତି । କୁମାର ବିଜ୍ଞାନରେ ସ୍ନାତକ ଡିଗ୍ରୀ କରିଛନ୍ତି ଏବଂ ୧୯୭୮ରୁ ସେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । କୋଲାର ଜିଲ୍ଲାର ଶ୍ରୀନିବାସପୁରା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ ରାଜନୈତିକ କ୍ୟାରିୟର ଭିତରେ ଅନେକ ଉତ୍ଥାନ-ପତନ ଦେଖିବାକୁ ମିଳିଛି ।

ସେ ୫ଥର ନିର୍ବାଚନ ଜିଣିଛନ୍ତି ଏବଂ ୪ଥର ନିଜର କଡା ପ୍ରତିଦ୍ୱନ୍ଦ୍ୱୀ ଜି.ବି. ଭେଙ୍କଟଶିବା ରେଡ୍ଡୀଙ୍କ ଠାରୁ ହାରିଛନ୍ତି । ଗତଥର ସର୍ବସମ୍ମତିକ୍ରମେ ସେ ବାଚସ୍ପତି ହୋଇଥିଲେ । ସେହିପରି ବିବାଦୀୟ ବୟାନ ଦେଇ ମଧ୍ୟ ସେ ଅନେକଥର ଚର୍ଚ୍ଚାକୁ ଆସିଛନ୍ତି ।