ପ୍ରମୁଖ ଖବର
  • କେନ୍ଦ୍ରାପଡା : ପଟ୍ଟାମୁଣ୍ଡାଇ ଥାନା ବଡପଦା ଗାଁରେ ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ଲାଗିଲା ନିଆଁ, ୫ ବର୍ଷର ଶିଶୁ ମୃତ
  • ||
  • ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ କମଲନାଥ
  • ||
  • ବଲାଙ୍ଗୀର : ଓଡ଼ିଶାରେ ସବୁଠୁ ବଡ଼ IT ରେଡ୍, ୨୦ ସ୍ଥାନରେ ଚଢାଉ, ବାହାରୁଛି ବସ୍ତା ବସ୍ତା ଟଙ୍କା
  • ||
  • ଘଟଗାଁ : ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • କାଲିମେଳା : ଗାଁ ଦାଣ୍ଡରେ ପଡ଼ିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ବ୍ରହ୍ମବରଦା : ମେଣ୍ଢା ଫାର୍ମ ହାଉସରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ୨୧ ମେଣ୍ଢା ଗୁରୁତର
  • ||
  • କଟକ: ଜନଶତାବ୍ଦୀ ଏକ୍ସପ୍ରେସ୍‌ର ବଗି ତଳେ ଲାଗିଲା ନିଆଁ, କଟକ ଷ୍ଟେସନରେ ଅଟକିଲା ଟ୍ରେନ୍
  • ||
  • ଭୁବନେଶ୍ୱର: ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା
  • ||
  • ଭୁବନେଶ୍ୱର: କାଲୁଆ କରିଦେଲା କୋହଲା ପାଗ, ଦିନ ତାପମାତ୍ରା ୫ ଡିଗ୍ରୀ ଖସିଗଲା
  • ||

କର୍ଣ୍ଣାଟକ କୋଠା ଭୁଷୁଡ଼ିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା

ବାଙ୍ଗାଲୁରୁ ୨୨।୩ : କର୍ଣ୍ଣାଟକର ଧାରଓ୍ବାର୍ଡରେ ଥିବା କୁମାରେଶ୍ବରନଗରରେ ଗତ ମଙ୍ଗଳବାରଦିନ କୋଠାଭୁଷୁଡିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ଭଙ୍ଗା କଂକ୍ରିଟ ତଳୁ ଉଦ୍ଧାର ହୋଇଥିବା କେତେକ ଲୋକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିବାର ଆଶଙ୍କା ରହିଛି । ଏପର୍ଯ୍ୟନ୍ତ ଫସିରହିଥିବା ପ୍ରାୟ ୬୨ ଜଣ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ହସପିଟାଲ ଓ ହୁବୁଳିସ୍ଥିତ କିମ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ୨ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା । ଆହୁରି ୩-୪ ଜଣ ଏଠାରେ ଫସିରହିଥିବା ଆଶଙ୍କା କରାଯାଉଛି । ତେବେ କଂକ୍ରିଟ କାଟି ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରିବା ଉଦ୍ଧାରକାରୀ ଦଳ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖାଦେଇଛି । ଏସଡିଆରଏଫ ଓ ଏନଡିଆରଏଫ ପକ୍ଷରୁ ଉଦ୍ଧାର କାମ କରାଯାଉଛି । ଭିତରେ ଫସି ରହିଥିବା ଲୋକମାନଙ୍କୁ ଅମ୍ଳଜାନ ଓ ଓଆରଏସ ଦିଆଯାଉଛି ବୋଲି କହିଛନ୍ତି ସହରର ଡେପୁଟୀ କମିଶନର ଦୀପା ଚୋଲାନ ।ଏହି କୋଠାଟି ଏକ ନିର୍ମାଣାଧୀନ ସପିଂ କଂପ୍ଲେକ୍ସ ଥିଲା ବୋଲି ଜଣାଯାଇଛି । ଏହା ରାଜ୍ୟର ପୂର୍ବତନ ଖଣିମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ଜଣେ ସଂପର୍କୀୟଙ୍କର ବୋଲି ସଂଦେହ କରାଯାଉଛି ।

Copyright © 2022 - Summa Real Media Private Limited. All Rights Reserved.