PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଘରୁ ଭୋଟ ଦେଇପାରିବେ ମତଦାତା, ଜାଣନ୍ତୁ କର୍ଣ୍ଣାଟକ ନିର୍ବାଚନରେ ‘ଭୋଟିଂ ଫ୍ରମ୍ ହୋମ୍’ ସୁବିଧା କାହାକୁ ମିଳିବ ?

ନୂଆଦିଲ୍ଲୀ,୨୯।୩: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଫ ଘୋଷଣା ହୋଇସାରିଛି। ୧୦ ମଇରେ ମତଦାନ ରହିଛି ଓ ୧୩ରେ ଫଳାଫଳ ଘୋଷିତ କରାଯିବ। ମୁଖ୍ୟ ନିର୍ବାଚନ କମିଶନ୍ ମତଦାନ ତାରିଖ ଘୋଷଣା କରିବା ସହ ବହୁତ କିଛି ସୁବିଧା ବିଷୟରେ ଘୋଷଣା କରିଛନ୍ତି, ଯାହାକି ମତଦାତାଙ୍କୁ ଭୋଟି ବେଳେ ମିଳିବ। ସେ କହିଛନ୍ତି, ୮୦ ବର୍ଷରୁ ଅଧିକ ବୟସର ଲୋକ ଓ ଦିବ୍ୟାଙ୍ଗ ମତଦାତାଙ୍କ ପାଇଁ ଘରୁ ଭୋଟ ଦେବାର ସୁବିଧା ରହିବ। ତାଙ୍କୁ ପୋଲିସ ବୁଥ୍‌କୁ ଯିବାର ଆବଶ୍ୟକତା ପଡିବ ନାହିଁ।

୨୦୧୮-୧୯ ତୁଳନାରେ ଚଳିତ ବର୍ଷ ପ୍ରଥମ ଥର ଭୋଟ ଦେବାକୁ ଥିବା ମତାଦାତଙ୍କ ସଂଖ୍ୟାରେ ୯.୧୭ ଲକ୍ଷ ବୃଦ୍ଧି ହୋଇଛି। ୧ ଏପ୍ରିଲ ପର୍ଯ୍ୟନ୍ତ ଯେଉଁ ଯୁବପୀଢିଙ୍କ ବୟସ ୧୮ ବର୍ଷ ହେଉଛି, ସେମାନେ ମଧ୍ୟ ଭୋଟ୍ ଦେଇପାରିବେ। କର୍ଣ୍ଣାଟକରେ ବିଧାନସଭାର ମୋଟ ୨୨୫ ଆସନ ରହିଛି, ଯେଉଁଥିରେ ୩୬ଟି ଆସନ ଅନୂସୂଚିତ ଜାତି ଓ ୧୫ ଆସନ ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଏହି ଆସନ ମନୋନୀତ କରିବା ପାଇଁ ହୋଇଥାଏ। ଏଭଳି ଭାବରେ ମୋଟ ୨୨୪ ଆସନରେ ନିର୍ବାଚନ ହେବ। ଉଲ୍ଲେଖନୀୟ ଯେ, କର୍ଣ୍ଣାଟକରେ ମୋଟ ୫.୨୧ କୋଟି ମତଦାତା ରହିଛନ୍ତି। ତାଙ୍କ ଭିତରେ ୨.୬୨ କୋଟି ପୁରୁଷ ଓ ୨.୫୯ କୋଟି ମହିଳା ଭୋଟର ଅଛନ୍ତି।

ସମ୍ବନ୍ଧିତ ଖବର