ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କଟକଣା ହଟାଇପାରେ କଂଗ୍ରେସ ସରକାର ! କର୍ଣ୍ଣାଟକର ମନ୍ତ୍ରୀ ଦେଲେ ସଙ୍କେତ

ବେଙ୍ଗାଲୁର,୨୫।୫: କର୍ଣ୍ଣାଟକର ଶିକ୍ଷାନୁଷ୍ଠାନଗୁଡିକରେ ହିଜାବ ଉପରେ ଲାଗିଥିବା ବ୍ୟାନ୍କୁ ହଟାଯାଇପାରେ। ଉଲ୍ଲେଖନୀୟ ଯେ,ଆମିନେଷ୍ଟି ଇଣ୍ଡିଆ କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ପରେ ବିଜେପି ସରକାର ଦ୍ବାରା ଶିକ୍ଷା ସଂସ୍ଥାନରେ ହିଜାବ ବ୍ୟାନ୍କୁ ହଟାଇବାକୁ ଦାବି କରିଛି। ଏବେ ଏହାକୁ ନେଇ ସରକାରଙ୍କ ମନ୍ତ୍ରୀ ପ୍ରିୟାଙ୍କ ଖଡଗେ ବଡ଼ କଥା କହିଛନ୍ତି। ସେ କହିଛନ୍ତି ନିର୍ଦେଶର ସମୀକ୍ଷା କରାଯିବ।
କର୍ଣ୍ଣାଟକ ସରକାରଙ୍କ ମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟାଙ୍କ ଆମିନେଷ୍ଟି ଇଣ୍ଡିଆର ଦାବି ଉପରେ କହିଛନ୍ତି, ଆମ ଏହାକୁ ନେଇ ସମ୍ପୂର୍ଣ୍ଣ ସ୍ପଷ୍ଟ ଯେ, ଏଭଳି ପ୍ରତି ନିର୍ଦେଶ ଓ ବିଲ୍ର ସମୀକ୍ଷା କରାଯିବ, ଯଦି କର୍ଣ୍ଣାଟକର ଆର୍ଥିକ ନୀତିକୁ ପ୍ରତିଗାମୀ କରିବାକୁ ପଡେ, ଯେତେବେଳେ ବିଲ୍ ରାଜ୍ୟର ଛବିକୁ ଖରାପ କରେ କିମ୍ବା ରାଜ୍ୟର ଆର୍ଥୀକ ନୀତିରେ ଏହାର କୌଣସି ବ୍ୟବହାର ନହୁଏ,ଯେଉଁ ବିଲ୍ କୌଣସି ବ୍ୟକ୍ତିଙ୍କ ଅଧିକାରକୁ ଆଘତ ଦିଏ ଓ ଅଣସମ୍ବିଧାନିକ ଅଟେ, ସେ ସବୁର ସମୀକ୍ଷା କରାଯିବ ଓ ଦରକାର ହେଲେ ତାକୁ ଖାରଜ କରାଯିବ।’
କଂଗ୍ରେସ ନିର୍ବାଚନ ବେଳେ ନିଜ ଘୋଷଣା ପତ୍ରରେ ପିଏଫ୍ଆଇ ସହିତ ବଜରଙ୍ଗ ଦଳ ଉପରେ ମଧ୍ୟ ବ୍ୟାନ୍ ଲଗାଇବାର କଥା କହିଥିଲା। ଯେତେବେଳେ ଆରଏସଏସ୍କୁ ନେଇ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା ସେ କହିଥିଲେ, ଯେଉଁ ସଂଗଠନ ଯାହାକି ଧାର୍ମିକ, ରାଜନୈତିକ ଓ ସାମାଜିକ, ସେ ସମାଜରେ ଘୃଣା ସୃଷ୍ଟି କରିବା କିମ୍ବା ସମାଜକୁ ବାଣ୍ଟିବାର ଚେଷ୍ଟା କରିବ ତେବେ ତାକୁ ବରଦାସ୍ତ କରାଯିବନି। ଆମେ ଏଭଳି ସଂଗଠନକୁ ଆଇନ ଓ ସମ୍ବିଧାନିକ ପ୍ରଣାଳୀରେ ସମାଧାନ କରିବୁ।’