PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂହପୁର : ବଡ଼ଭାଇ ସାର୍ଟିଫିକେଟ୍‌ ଦେଇ ଆର୍ମିରେ କରିଥିଲେ ଚାକିରୀ, ଅବସର ପରେ ବନ୍ଧାହେଲେ
  • ||
  • ଯାଜପୁର : ୨ ବର୍ଷ ହେଲାଣି ମିଳୁନି ନିଖୋଜ ପିହୁର ପତ୍ତା, ନ୍ୟାୟ ଆଶାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରିବାର
  • ||
  • କଟକ : ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କଟକ : ଗୋଟିଏ ମଞ୍ଚରେ ଶାହ-ନବୀନ-ଧର୍ମେନ୍ଦ୍ର, ପ୍ରଜାତନ୍ତ୍ରର ସ୍ଵନକ୍ଷତ୍ର ଉତ୍ସବରେ ସାମିଲ ହେଲେ ତିନି ନେତା
  • ||
  • ରାଜ୍ୟରେ ନାହିଁ ଟିକା ଅଭାବ, ଗାଁ ଗାଁରେ ଟିକାକରଣ ଉପରେ ଦିଆଯାଉଛି ଗୁରୁତ୍ଵ : ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||

କର୍ଣ୍ଣାଟକ ପିଏସଆଇ ନିଯୁକ୍ତିରେ ଦୁର୍ନୀତି, ବରିଷ୍ଠ ଆଇପିଏସ୍ ଅଫିସର ଅମ୍ରିତ ପଲ୍‌ ଗିରଫ

ବେଙ୍ଗାଲୁର,୪।୭: କର୍ଣ୍ଣାଟକ ପୋଲିସ ସବ ଇନ୍ସପେକ୍ଟର ନିଯୁକ୍ତିରେ ହୋଇଥିବା ଦୁର୍ନୀତି ମାମଲାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ଅମ୍ରିତ ପଲ୍‌ଙ୍କୁ ଗିରଫ କରିଛି ସିଆଇଡି। ଆଡିସନାଲ ଡାଇରେକ୍ଟର ଜେନେରାଲ ଅଫ୍ ପୋଲିସ(ଏଡିଜିପି) ଅମ୍ରିତ ପଲ୍‌ ନିଯୁକ୍ତି ପକ୍ରିୟାରେ ଦୁର୍ନୀତି କରିଥିବା ନେଇ ଅଭିଯୋଗ ମିଳିଥିଲା। ସୋମବାର ସିଆଇଡି ଅଧିକାରୀ ଅମ୍ରିତ ପଲ୍‌ଙ୍କୁ ଗିରଫ କରିଛନ୍ତି। ଗିରଫ କରିବା ପୂର୍ବରୁ ସିଆଇଡି ଅଧିକାରୀ ଅମ୍ରିତଙ୍କୁ ହସ୍ପିଟାଲ ନେଇ ତାଙ୍କର ମେଡିକାଲ୍‌ ଟେଷ୍ଟ କରିଥିଲେ। ଅମ୍ରିତଙ୍କୁ କଷ୍ଟଡିରେ ନିଆଯିବା ପରେ ତାଙ୍କୁ ପଚରା ଉଚରା କରାଯିବ। ଏହା ହେଉଛି ପ୍ରଥମ ଘଟଣା ଯେବେ କୌଣସି ଏଡିଜିପିଙ୍କୁ ଗିରଫ କରାଯାଉଛି।  

ପୋଲିସ ସୁତ୍ରରୁ  ମିଳିଥିବା ସୂଚନା ଅନୁସାରେ, ଷ୍ଟ୍ରଙ୍ଗ ରୁମ୍‌ରେ ରିଗିଂ,ପ୍ରଶ୍ନପତ୍ର  ଏବଂ ଓଏମ୍‌ଆର ସିଟ୍ ଟାମ୍ପରିଂ କରିବା ମାମଲାରେ ଅମ୍ରିତଙ୍କୁ ଗିରଫ କରାଯାଇଛି। ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ବରେ ଥିବା ଡିଏସପି ଶାନ୍ଥା କୁମାର ମଧ୍ୟ ପୂର୍ବରୁ ଗିରଫ ହୋଇସାରିଛନ୍ତି। ପୋଲିସର କହିବା ଅନୁସାରେ, ଏହି ଦୁର୍ନୀତି ପ୍ରାୟ ୧୦୦ କୋଟିରୁ ଅଧିକ ରହିଛି।

୫୪୫ ପୋଲିସ ସବ ଇନପେକ୍ଟର (ପିଏସଆଇ) ପଦରେ ନିଯୁକ୍ତି ପାଇଁ ଅକ୍ଟୋବର ୨୦୨୧ରେ ପରୀକ୍ଷା ହୋଇଥିଲା। ଏଥିପାଇଁ ୫୪,୨୮୭ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ୯୩ ଟି କେନ୍ଦ୍ରରେ ପରୀକ୍ଷା ହୋଇଥିବା ବେଳେ ଜାନୁଆରୀ ୨୦୨୨ ରେ ରେଜଲ୍ଟ ପ୍ରକାଶ ପାଇଥିଲା। କିଛି ଛାତ୍ର ନମ୍ବର ଦେବାରେ ତ୍ରୁଟି ହୋଇଥିବା ନେଇ ଅଭିଯୋଗ କରିଥିଲେ। ଏହି ଦୁର୍ନୀତି ସମ୍ପର୍କରେ ସେତେବେଳେ ଜଣାପଡିଥିଲା ଯେତେବେଳେ ଭୀରେଶ ଏନ୍‌ ନାମକ ଜଣେ ପ୍ରାର୍ଥୀ କର୍ଣ୍ଣାଟକର କଲ୍ୟାଣ ରିଜିଅନ୍‌ରେ ସପ୍ତମ ରାଙ୍କ ପାଇଥିଲେ। ସେ ୧୦୦ଟି ପ୍ରଶ୍ନରୁ ମାତ୍ର ୨୧ଟିର ଉତ୍ତର ଦେଇ ମଧ୍ୟ ୧୨୧ ମାର୍କ ରଖିଥିଲେ। ଯାଞ୍ଚ ପରେ ଜଣାପଡିଥିଲା ସେ ଉପରିସ୍ଥ ଅଧିକାରୀଙ୍କୁ ଟଙ୍କା ଦେଇ ଏହି ରାଙ୍କ ପାଇଛନ୍ତି। ଏହି ନିଯୁକ୍ତି ପକ୍ରିୟାରେ ଦୁର୍ନୀତି ହୋଇଥିବା ନେଇ ଅନେକ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ପରେ ୫୦ ଜଣଙ୍କୁ ଗିରଫ କରାଯାଥିଲା। ତାଙ୍କ ଭିତରେ ସରକାରୀ ଅଧିକାରୀ, ଏଜେଣ୍ଟ ଓ ଏହି ଲିଷ୍ଟରେ ନାଁ ଥିବା ପ୍ରାର୍ଥୀ ରହିଛନ୍ତି।