PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବିବାହ ସମାରୋହରେ ନାଚ କରୁଥିବା ମହିଳାଙ୍କ ଉପରେ ଟଙ୍କା ବର୍ଷା କଲେ କଂଗ୍ରେସ ନେତା, ଭିଡିଓ ଭାଇରାଲ ପରେ ଘେରିଲା ବିଜେପି

ବେଙ୍ଗାଲୁର,୮।୩: କର୍ଣ୍ଣାଟକରେ ଏକ ବିବାହ ସମାରୋହରେ ନାଚୁଥିବା ଜଣେ ମହିଳାଙ୍କ ଉପରେ ନୋଟ ବର୍ଷା କରି ଅଡୁଆରେ ପଡିଛନ୍ତି  କଂଗ୍ରେସ ନେତା। ଏହି ସମୟର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେବାପରେ ବଢିଛି ବିବାଦ। ଏହି ଭିଡିଓ ଉପରେ  ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ ଜନତା ପାର୍ଟି , ଏହା କଂଗ୍ରେସର ସଂସ୍କୃତିକୁ ଦର୍ଶାଉଛି ଓ  ଏହି ଲଜ୍ଜାଜନକ ଘଟଣା ପାଇଁ କଂଗ୍ରେସ କ୍ଷମା ମାଗିବା ଉଚିତ୍। କୁହାଯାଉଛି ଯେ କର୍ଣ୍ଣାଟକର ହୁବଲିରୁ କଂଗ୍ରେସ ନେତା ଶିବଶଙ୍କର ହାମ୍ପନାଙ୍କୁ ଜଣେ ମହିଳା ନୃତ୍ୟଶିଳ୍ପୀଙ୍କ ପାଖରେ ନାଚିବା ସହ ତାଙ୍କ ଉପରେ ନୋଟ୍ ଫିଙ୍ଗୁଥିବାର ଦେଖିବାକୁ ମିଳିଥିଲ। କର୍ଣ୍ଣାଟକର ଧରୱାଡ ଜିଲ୍ଲାରେ ଏକ ବିବାହ ସମାରୋହରେ ଏହି ଘଟଣା ବିବାହ ସମାରୋହରେ ଘଟିଥିଲା।

ଏହି ଭିଡିଓ ଉପରେ କଂଗ୍ରେସ କୌଣସି ପ୍ରତିକ୍ରିୟା ଦେଇ ନାହିଁ କିନ୍ତୁ ବିଜେପି ଏ ସମ୍ପର୍କରେ ତୀବ୍ର ଆଭିମୁଖ୍ୟ ଗ୍ରହଣ କରିଛି ଏବଂ କଂଗ୍ରେସକୁ ଲଗାତାର ଟାର୍ଗେଟ କରିବାରେ ଲାଗିଛି। ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି କର୍ଣ୍ଣାଟକ ବିଜେପି ସାଧାରଣ ସମ୍ପାଦକ ମହେଶ ତେଙ୍ଗିକାଇ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଲଜ୍ଜାଜନକ। ଟିଭି ମାଧ୍ୟମରେ ସେ ଏ ବିଷୟରେ ସୂଚନା ପାଇଥିଲି। ମହେଶ ଟେଙ୍ଗିକାଇ କହିଛନ୍ତି, ଜଣେ ମହିଳା ନାଚୁଛନ୍ତି ଏବଂ ତାଙ୍କ ଉପରେ ଟଙ୍କା ଫିଙ୍ଗି ଦିଆଯାଉଛି, ଏହି ଲୋକମାନେ ଟଙ୍କାର ମୂଲ୍ୟ ଜାଣନ୍ତି ନାହିଁ। ଏଭଳି ଉଦାହରଣ ଦର୍ଶାଏ ଯେ କଂଗ୍ରେସର ସଂସ୍କୃତି କ’ଣ ?  ଆମେ ଏହା ପୂର୍ବରୁ ଅନେକ ଥର ଦେଖିଛୁ। ମୁଁ ଏହାକୁ ନିନ୍ଦା କରୁଛି କଂଗ୍ରେସ ଏଥିପ୍ରତି ଧ୍ୟାନ ଦେବା ଉଚିତ୍।’ ସେଭଳି ବିଜେପି ମୁଖପାତ୍ର ରବି ନାଇକ୍ ମଧ୍ୟ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ନେତା ଜଣକ ସେହି ମହିଳାଙ୍କୁ କ୍ଷମା ମାଗନ୍ତୁ।

ସମ୍ବନ୍ଧିତ ଖବର