PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

କାର୍ତ୍ତିକ ଆର୍ୟନଙ୍କୁ ଗିଫ୍ଟ ମିଳିଲା ୪.୭ କୋଟିର McLaren GT, ଫିଚର୍ସ ଜାଣିଲେ ଉଡିଯିବ ହୋସ୍

ନୂଆଦିଲ୍ଲୀ ୨୪/୬: ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନଙ୍କୁ ଗିଫ୍ଟରେ McLaren GT ମିଳିଛି । କୌଣସି ବି ବଲିଉଡ ଆକ୍ଟରଙ୍କୁ ଗିଫ୍ଟରେ କାର ମିଳିବା କିଛି ବଡ କଥା ନୁହେଁ । ତେବେ ଖାସ୍ କଥା ହେଉଛି ଆର୍ୟନଙ୍କୁ ଗିଫ୍ଟରେ McLaren GT ମିଳିଛି । ଏହା ପରେ କାର୍ତ୍ତିକ McLaren GTର ପ୍ରଥମ ଭାରତୀୟ ଓନର ହୋଇଯାଇଛନ୍ତି । ଏହା ପୂର୍ବରୁ ଭାରତରେ ଏହି କାର କାହା ପାଖରେ ନଥିଲା । ନିକଟରେ ଭୁଲ୍ ଭୁଲେୟା ୨ର ସଫଳତା ପରେ ତାଙ୍କୁ ଏହି ଗିଫ୍ଟ ମିଳିଛି । ଟି-ସିରିଜର ଚେୟ୍ୟାରପର୍ସନ ତଥା ପ୍ରଡ୍ୟୁସର ଭୁଷଣ କୁମାର ତାଙ୍କୁ ଏହି ଗିଫ୍ଟ ଦେଇଛନ୍ତି ।

ଉଭୟ ଏହି ସ୍ପୋର୍ଟିଂ କାର ସାମ୍ନାରେ ପୋଜ୍ ଦେଇ ଫଟୋ ସେୟାର କରିଛନ୍ତି । McLaren GT କେବଳ ଏକ କାର ନୁହେଁ, ବରଂ ଏହା ଏକ ସୁପରକାର୍ । ଏଥିରେ ଅନେକ ଫିଚର୍ସ ଏବଂ ଟେକ୍ନୋଲୋଜି ଯୋଗୁଁ ଏହାକୁ ସୁପର କାର କୁହାଯାଏ । ଭାରତରେ ଏହାର ଏକ୍ସ ଶୋରୁମ୍ ଦାମ୍ ୪.୭ କୋଟି ଟଙ୍କା । ଏହା ଭାରତରେ ସବୁଠାରୁ ଶସ୍ତା McLaren କାର । ଆସନ୍ତୁ ଜାଣିବା ଏହାର ଫିଚର୍ସ ସମ୍ପର୍କରେ…

ଏହା ଏକ ୨-ସିଟର କାର ଯାହା ଦମଦାର ଏୟାରଡାୟନାମିକ୍ସ ସହିତ ଆସିଥାଏ । ଏଥିରେ ୪.୦ ଲିଟରର ଟ୍ୱିନ୍ ଟର୍ବୋ ଭି୮ ଇଞ୍ଜିନ୍ ଦିଆଯାଇଛି । ଏହି ଇଞ୍ଜିନ୍ କାରକୁ ୬୧୨ ହର୍ସପାୱର ଏବଂ ୬୩୦ ଏନଏମରୁ ଅଧିକ ଟର୍କ ପ୍ରଦାନ କରିଥାଏ । ଏହି ଇଞ୍ଜିନ୍ ସାହାଯ୍ୟରେ କାର୍ ପ୍ରାୟ ୩.୨ ସେକେଣ୍ଡରେ ୬୨ mph ସ୍ପିଡ୍ ଧରିପାରେ । କାରକୁ ଆପଣ ୨୦୩ ମିଲ୍ ପ୍ରତି ଘଣ୍ଟା ସ୍ପିଡରେ ଦୌଡାଇପାରିବେ । ଏଥିରେ Electronic Stability Control (ESC) ସିଷ୍ଟମ ଦିଆଯାଇଛି ଯାହା ଡ୍ରାଇଭ୍ ସମୟରେ ଆପଣଙ୍କୁ ସିକ୍ୟେର ଫିଲ୍ କରାଇଥାଏ । ଏଥିରେ ଦମଦାର ବ୍ରେକିଂ ସିଷ୍ଟମ ଦିଆଯାଇଛି ।

କାରରେ ୭ ଇଞ୍ଚର ଇନଫୋଟେଣ୍ଟମେଣ୍ଟ ସିଷ୍ଟମ ମିଳିଥାଏ ଯାହା ଦମଦାର୍ ଗ୍ରାଫିକ୍ସ ଏବଂ ଏମ୍ବିଏଣ୍ଟ ଲାଇଟିଂ ସହିତ ଆସିଥାଏ । ଏଥିରେ ଡୁଆଲ ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ, ସାଟେଲାଇଟ୍ ନେଭିଗେସନ, ଏସି ଏବଂ ମିଡିଆ ଷ୍ଟ୍ରିମିଂର କଣ୍ଟ୍ରୋଲ ଏହି ଇନଫୋଟେଣ୍ଟମେଣ୍ଟ ସିଷ୍ଟମରେ ରହିଛି । ଏଥିରେ ଇଲେକ୍ଟ୍ରୋକ୍ରୋମିକ୍ ପାନାରୋମିକ୍ ସନରୁଫ୍ ରହିଛି । ଏହାକୁ ଆପଣ ୫ ଲେବଲ ପର୍ଯ୍ୟନ୍ତ କେବଳ ଗୋଟିଏ ବଟନରେ କଣ୍ଟ୍ରୋଲ କରିପାରିବେ ।