PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଝାଡ଼ାବାନ୍ତି ନେଲା ଆଉ ୨ ମୁଣ୍ଡ : ୧୬ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ୪ ଆକ୍ରାନ୍ତ

ଫାଇଲ୍ ଫଟୋ

ଟିକିରି,୧୯/୦୮: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଥମୁନି ଝାଡ଼ାବାନ୍ତି । ବୁଧବାର ବିଳମ୍ବିତ ରାତିରେ ଝାଡ଼ାବାନ୍ତିରେ ଆଉ ୨ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଅଡାଯୋର ପଞ୍ଚାୟତ ପରଲାଜାର ଗାଁର ମଣି ମାଝୀ(୫୬)ଓ ନମିତା ମାଝୀ(୨୫) । ଆକ୍ରାନ୍ତମାନେ ହେଲେ ସେହି ଗାଁର ପଙ୍କଜ ଗୌଡ଼, ଯୁଗ୍ମଦେଇ ମାଝୀ, ନମିତା ମାଝୀ ଓ ଧନ ମାଝୀ । ସେମାନଙ୍କୁ କାଶୀପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବୁଧବାର ମୃତକଙ୍କୁ ମିଶାଇ ବ୍ଲକରେ ହଇଜାଜନିତ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି । ଖବର ପାଇ ଏକ ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକଙ୍କୁ ଔଷଧ ବଣ୍ଟନ କରିବା ସହ ସଚେତନ କରିଛି ।

ଗତ ଦେଢ଼ମାସ ହେଲା କାଶୀପୁର ବ୍ଲକରେ ହଇଜା ବ୍ୟାପି ଚାଲିଛି । ପ୍ରଶାସନର ସମସ୍ତ ଉଦ୍ୟମ ସତ୍ତେ୍ୱ ଏହା ନିୟନ୍ତ୍ରଣ ହୋଇପାରୁନି । ହଇଜାର ମୁଖ୍ୟ କାରଣ ଦୂଷିତ ପାନୀୟଜଳ ବୋଲି ବିଶେଷଜ୍ଞଙ୍କ ସହ ସରକାର ଘୋଷଣା କରିଛନ୍ତି । ତଥାପି ଲୋକଙ୍କୁ ସ୍ୱଚ୍ଛ ପାଣି ଠିକ୍‌ରେ ମିଳିପାରୁ ନାହିଁ । ବାଧ୍ୟ ହୋଇ ଲୋକେ ନଦୀନାଳର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ପ୍ରଶାସନ ତରଫରୁ ଟ୍ୟାଙ୍କର ଯୋଗେ ଗାଁ ଗାଁକୁ ପାଣି ଯୋଗାଇ ଦିଆଯାଉଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ବୋଲି ଅଭିଯୋଗ ହୋଇଛି । ଗତ ସପ୍ତାହରେ ହଇଜାରେ ଆକ୍ରାନ୍ତ ହୋଇ ମାଇକଞ୍ଚ ପଞ୍ଚାୟତ ପାଇକ କୁପାଖାଲର ବୀଣା ନାଏକ(୪୫)ଙ୍କ ଉତ୍କଳ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ବୁଧବାର ରାତିରେ ଅଡାଯୋର ପଞ୍ଚାୟତ ପରଲାଜୋର ଗାଁର ୨ଜଣଙ୍କ ମୃତ୍ୟୁ ହୋଇଛି । ୮ରୁ ୧୦ଥର ଝାଡାବାନ୍ତି ପରେ ମଣି ଓ ନମିତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି ।

କାଶୀପୁର ଡାକ୍ତରୀଦଳ ପରଲାଜୋର ଗାଁକୁ ଯାଇ ଲୋକଙ୍କ ଚିକିତ୍ସା କରିଛନ୍ତି । ଝାଡାବାନ୍ତିରେ ଗୁରୁତର ଥିବା ପଙ୍କଜ ଗୌଡ଼ଙ୍କୁ ତୁରନ୍ତ ଚିକିତ୍ସା ପାଇଁ କାଶୀପୁର ଡାକ୍ତରଖାନା ପଠାଇଛନ୍ତି । ସେହିପରି ଗାଁର ନମିତା ମାଝୀ, ଯୁଗ୍ମଦେଇ ମାଝୀ ଓ ଧନ ମାଝୀଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଛି । ଚିକିତ୍ସା ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର ନେତ୍ରାନନ୍ଦ ନାୟକ ସୂଚନା ଦେଇଛନ୍ତି ।