PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

କାଶ୍ମୀର ପଣ୍ଡିତ ହତ୍ୟା ଘଟଣାରେ ସଂପୃକ୍ତ ଆତଙ୍କବାଦୀ ଘର ସିଲ୍, ସୁରକ୍ଷା ଦେଇଥିବା ପିତା ଓ ୩ ଭାଇଙ୍କୁ ଉଠାଇନେଲା ପୋଲିସ

ଶ୍ରୀନଗର ୧୭/ ୦୮: ଜାମ୍ମୁ କାଶ୍ମୀରରେ ଜଣେ ପଣ୍ଡିତଙ୍କୁ ହତ୍ୟା ପରେ ଆକ୍ସନ ମୋଡ୍‌ରେ ଭାରତୀୟ ସେନା ଏବଂ ପ୍ରଶାସନ । ହତ୍ୟା ଘଟଣାରେ ସଂପୃକ୍ତ ଆତଙ୍କବାଦୀ ଘରେ ଚଢାଉ କରାଯାଇଛି । କଡା ସୁରକ୍ଷା ବଳୟ ମଧ୍ୟରେ ତା’ର ଘରେ ଚଢାଉ କରାଯାଇ ଯାଞ୍ଚ କରାଯିବା ସହିତ ସିଲ୍‌ କରାଯାଇଛି । ଦିନକ ପୂର୍ବରୁ ଅଭିଯୁକ୍ତର ପିତା ଏବଂ ୩ ଜଣ ଭାଇଙ୍କୁ ବାନ୍ଧିଥିଲା ପୋଲିସ । ପରିବାର ଲୋକେ ତାକୁ ଆଶ୍ରୟ ଦେଇଥିବା ଜଣାପଡିବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା ।

ପୋଲିସ କହିବା ମୁତାବକ, ଶୋପିଆନ୍‌ ଜିଲ୍ଲାରେ ମଙ୍ଗଳବାର କାଶ୍ମୀରୀ ପଣ୍ଡିତ ସୁନୀଲ କୁମାର ଭଟ୍ଟକୁ ଗୁଳିକରି ହତ୍ୟା କରିଥିଲା ଆଦୀଲ ଓ୍ବାନୀ । ହତ୍ୟା କରିବା ପରେ କୁଟପୋରା ସ୍ଥିତ ନିଜ ଘରେ ଆଶ୍ରୟ ନେଇଥିଲା । ଆଉ ତା’ର ପରିବାର ଲୋକ ହିଁ ତାକୁ ସୁରକ୍ଷା ଦେଇଥିଲେ । ଏହା ଜଣାପଡିବା ପରେ ପୋଲିସ ଆଦୀଲ ଘରେ ଚଢାଉ କରିଥିଲା । କିନ୍ତୁ ଅନ୍ଧାର ଥିବାରୁ ସେ ଖସିଯିବାକୁ ସଫଳ ହୋଇଥିଲା ।

ଜାମ୍ମୁ କାଶ୍ମୀର ପୋଲିସ ଏଡିଜି ବିଜୟ କୁମାର କହିଛନ୍ତି, ଆଦିଲ ଓ୍ବାନୀର ଘରକୁ ସିଲ୍‌ କରିଦିଆଯାଇଛି । ସେ ଖସିଯିବାକୁ ସକ୍ଷମ ହୋଇଛି କିନ୍ତୁ ତାକୁ ଏବଂ ତାର ସହଯୋଗୀଙ୍କୁ ଧରିବାକୁ କସରତ କରୁଛି ସେବା । ହତ୍ୟାକାଣ୍ଡରେ ସଂପୃକ୍ତ ଆତଙ୍କବାଦୀଙ୍କୁ ଦେଖିବା କ୍ଷଣି ଗିରଫ କରାଯିବ ନଚେତ ଗୁଳି କରାଯିବ ।

ଶ୍ରୀନଗରରେ ଗତ ମାସରେ ୫ଟି ଘରକୁ ସିଲ୍‌ କରିଥିଲା ଜାମ୍ମୁ କାଶ୍ମୀର ପୋଲିସ । ଯେଉଁଠାରେ କି, ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଥିଲା । ସେଠାରେ ଆତଙ୍କବାଦୀମାନେ ଲୁଚି ରହୁଥିଲେ । ଚଳିତ ବର୍ଷ କାଶ୍ମୀରରେ ୧୦ରୁ ଅଧିକ ଘର ସିଲ୍‌ କରିସାରିଲାଣି ପ୍ରଶାସନ ।

ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ଆତଙ୍କବାଦୀମାନେ ଦୁଇ ଜଣ କାଶ୍ମୀରୀ ପଣ୍ଡିତଙ୍କୁ ଗୁଳିମାଡ କରିଥିଲେ । ଏଥିରେ ସୁନୀଲ ଭଟ୍ଟ ନାମକ ଜଣେ ପଣ୍ଡିତଙ୍କ ମୃତ୍ୟୁ ହୋଇଥିବା ବେଳେ ପିଣ୍ଟୁ କମାର ନାମକ ଅନ୍ୟ ଜଣେ ପଣ୍ଡିତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଘଟଣାରେ ଆତଙ୍କୀ ସଂଗଠନ କାଶ୍ମୀର ଫ୍ରିଡମ୍‌ ଫାଇଟର୍ସ (କେଏଫ୍‌ଏଫ୍‌) ନିଜକୁ ଦାୟୀ କରିଥିଲା । ସୁନୀଲ ଭଟ୍ଟ ତ୍ରିରଙ୍ଗା ରାଲିରେ ସାମିଲ ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା ।

ସମ୍ବନ୍ଧିତ ଖବର