PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏବେ ପାକିସ୍ତାନର ଦୁର୍ବଳ ଅର୍ଥନୀତିକୁ ବଞ୍ଚାଇବେ ଗଧ ଓ କୁକୁର ! ଚୀନ୍‌କୁ ଯୋଗାଇବାକୁ ଶହବାଜ୍ ସରକାରଙ୍କ ପ୍ରସ୍ତୁତି…
  • ||
  • ଦିଲ୍ଲୀ ସିଂହାସନ ଉପରେ କେସିଆର୍‌ଙ୍କ ଆଖି; ନିଜ ଆଂଚଳିକ ଦଳକୁ ଭାଙ୍ଗି ଗଢିଲେ ଜାତୀୟ ଦଳ, TRS ବଦଳରେ ରଖିଲେ BRS…
  • ||
  • ସମ୍ଵଲପୁର : ବଙ୍ଗାଲିପଡାରେ ଧୁମଧାମ୍‌ରେ ଚାଲିଛି ମାଆଙ୍କ ସିନ୍ଦୂର ଖେଳ ପର୍ବ, ସ୍ୱାମୀଙ୍କ ଦୀର୍ଘାୟୁ କାମନା କରୁଛନ୍ତି ସଧବା
  • ||
  • ଭୁବନେଶ୍ଵର : ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗିରହିଛି ବର୍ଷା, ୧୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • ପୁରୀ : ଶ୍ରୀମନ୍ଦିରରେ ପାଳନ ହେଉଛି ଦଶହରା, ରାଜରାଜଶ୍ୱେର ବେଶରେ ସୁସଜ୍ଜିତ ହେବେ ମହାପ୍ରଭୁ
  • ||
  • ହରଭଙ୍ଗା : ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ୩ ସଦସ୍ୟ ମୃତ
  • ||
  • ବିଜୟାଦଶମୀ ଅବସରରେ ମୋହନ ଭାଗବତଙ୍କ ଚେତାବନୀ : ‘ଦେଶର ଜନସଂଖ୍ୟା ଅସନ୍ତୁଳିତ ହେଲେ ବିଗିଡ଼ିବ ଭୌଗୋଳିକ ରୂପରେଖ’
  • ||
  • ଯାଜପୁର : ଚୋରକୁ କାବୁ କରି ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ, ଭିଡିଓ ଭାଇରାଲ୍
  • ||

ହର ହର ମହାଦେବ ସ୍ଲୋଗାନ ଦେଇ ଫାରୁକ୍ ଅବଦୁଲାଙ୍କୁ କଶ୍ମୀର ପଣ୍ଡିତଙ୍କ ଠେଲାପେଲା

ଶ୍ରୀନଗର,୧୩।୬: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ନ୍ୟାସନାଲ କନଫ୍ରେନ୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲାଙ୍କ ସହ କଶ୍ମୀର ପଣ୍ଡିତମାନେ ଆଜି  ଠେଲାପେଲା କରିଥିବା ଖବର ମିଳିଛି। ଫାରୁକ୍  ଯେତେବେଳେ ଶ୍ରୀନଗରର ଜ୍ୟେଷ୍ଠା ଦେବୀ ଶ୍ରାଇନ୍ ମନ୍ଦିର ପହଁଞ୍ଚିଥିଲେ। ଏହି ସମୟରେ ‘ଜିନ୍ଦାବାଦ, ହର ହର ମହାଦେବ’  ସ୍ଲୋଗାନ ଦେଇଥିଲେ କଶ୍ମୀର ପଣ୍ଡିତ। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥନରେ ମଧ୍ୟ ଯୋରଦାର ସ୍ଲୋଗାନ ଦିଆଯାଇଥିଲା। ସମର୍ଥକମାନେ ମୋଦି-ମୋଦି, ମୋଦି ଜିନ୍ଦାବାଦ’ ସ୍ଲୋଗାନ ଦେବାରେ ଲାଗିଥିଲେ।

ମିଳିଥିବା ସୂଚନା ଅନୁସାରେ ଫାରୁକ୍ ସେଠାକୁ କଶ୍ମୀର ପଣ୍ଡିତଙ୍କୁ  ସାକ୍ଷାତ କରିବାକୁ ଆସିଥିଲେ। କଶ୍ମୀର ପଣ୍ଡିତମାନେ ଦୀର୍ଘ ଦିନ ଧରି ଦାବି କରିଆସୁଛନ୍ତି ଯେ, ତାଙ୍କୁ ତାଙ୍କର କଶ୍ମୀର ଫେରାଇ ଦିଆଯାଉ। କଶ୍ମୀର ପଣ୍ଡିତ ନ୍ୟାସନାଲ କନଫ୍ରେନ୍ସ  ଅଧ୍ୟକ୍ଷ ଏଥିପାଇଁ ଅସନ୍ତୁଷ୍ଟ ଅଛନ୍ତି ଯେ, ରାଜ୍ୟରେ ଯେତେବେଳେ ତାଙ୍କର ସରକାର ଥିଲା ସେ କୌଣସି ସମସ୍ୟା କିମ୍ବା ପ୍ରସଙ୍ଗକୁ ସମାଧାନ କରିନାହାନ୍ତି।

କଶ୍ମୀର ପଣ୍ଡିତ ସ୍ଲୋଗାନ ଦେବା ବେଳେ ଫାରୁକ୍ ମନ୍ଦିରର ସେହି ସ୍ଥାନରେ ଥିଲେ ଯେଉଁଠାରେ କଶ୍ମୀର ପଣ୍ଡିତ ପୂଜାପାଠ କରୁଥିଲେ। ଲୋକମାନେ ତାଙ୍କୁ ଯେତେବେଳେ ଦେଖିଥିଲେ ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ଯୋରଦାର ସ୍ଲୋଗାନ ଦେବାରେ ଲାଗିଥିଲେ। ସ୍ଳୋଗାନ ଦେଉଥିବା ଲୋକଙ୍କ ଭିତରେ ମହିଳା ଏବଂ ପୁରୁଷ ଥିଲେ। ଯେତେବେଳେ ଲୋକମାନେ ତାଙ୍କୁ ଘେରିନେଇଥିଲେ ଅବଦୁଲା ସମର୍ଥକଙ୍କ ଭିଡକୁ ଶାନ୍ତ କରିବାର ଅପିଲ କରିଥିଲେ। ଏହି ସମୟରେ ସେ କହିଥିଲେ ଥରେ ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷଙ୍କ କଥା ଶୁଣିନେବା ଦରକାର।