କଠୁଆ ମାମଲା: ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୧୦।୬:ଜମ୍ମୁ-କଶ୍ମୀରର କଠୁଆରେ ୮ ବର୍ଷର ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଠାନକୋଟର ଏକ ସ୍ବତନ୍ତ୍ର ଆଦାଲତ ୬ ଜଣ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ମୋଟ ୮ ଜଣ ଅଭିଯୁକ୍ତଙ୍କ ଭିତରେ ଜଣେ ଅଭିଯୁକ୍ତକୁ ଖଲାସ କରିଦିଆଯାଇଥିବା ବେଳେ , ଆଉ ଜଣେ ନାବାଳକ ରହିଛି। ସରକାରୀ ଓକିଲଙ୍କ କହିବା ଅନୁସାରେ ଆଜି ଦଣ୍ଡାଦେଶର ଘୋଷଣା ହୋଇପାରେ। ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ଅଭିଯୁକ୍ତ ସାଞ୍ଜି ରାମ, ଆନନ୍ଦ ଦତ୍ତ, ପ୍ରବେଶ କୁମାର, ଦୀପକ ଖଜୁରିଆ, ସୁରେନ୍ଦ୍ର ବର୍ମା ଓ ତିଳକ ରାଜଙ୍କୁ ଦୋଷୀ ସାବ୍ୟସ୍ତ କରିଛି। ସେଭଳି ଆଉ ଜଣେ ଅଭିଯୁକ୍ତ ବିଶାଳକୁ କୋର୍ଟ ମୁକ୍ତ କରିଛନ୍ତି।
ସାରା ଦେଶକୁ ସ୍ତବ୍ଧ କରିଦେଇଥବା ଏହି ମାମଲାରେ ବନ୍ଦ ଘର ଭିତରେ ଶୁଣାଣି ୩ ଜୁନରେ ଶେଷ ହୋଇଥିଲା। ଦୋଷୀ ସାବ୍ୟସ୍ତ କରିଦିଆଯାଇଥିବା ସାଞ୍ଜି ରାମ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଳା। ଦୋଷୀ ସାବ୍ୟସ୍ତ କରାଯାଇଥିବା ଅଭିଯୁକ୍ତଙ୍କୁ ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶ ଶୁଣାଇ ଯାଇପାରେ।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ ୧୦ ଜାନୁଆରୀରେ ଅପହୃତ ଝିଅକୁ ସେହି ଦିନ ସବୁଠାରୁ ପ୍ରଥମେ ସାନଝି ରାମର ନାବାଳକ ଭଣଜା ପ୍ରଥମେ ବଳାତ୍କାର କରିଥିଲା । ସାନଝି ରାମକୁ ଏହି ଘଟଣାର ସୂଚନା ୧୩ ଜାନୁଆରୀରେ ମିଳିଥିଲା ଯେତେବଳେ ତା’ର ଭଣଜା ନିଜର ଭୁଲ ସ୍ବୀକାର କରିଥିଲା। ସାନଝି ରାମ କହିଛି ଯେ, ସେ ଦେବୀସ୍ଥାନରେ ପୂଜା କରିବା ପରେ ନିଜର ଭଣଜାକୁ ଭୋଗ ଘରକୁ ନେବାକୁ କହିଥିଲେ। କିନ୍ତୁ ସେ ବିଳମ୍ବ କରୁଥିଲା। ତେଣୁ ରାଗିକି ତାକୁ ସେ ପିଟିଥିଲେ। ପିଟିବାପରେ ନାବାଳକ ଜଣକ ଭାବିଥିଲେ ବୋଧହୁଏ ତା’ର ଦାଦାକୁ ଝିଅଟି ସହ ଦୁଷ୍କର୍ମ କରିଥିବା କ’ଥା ଜଣରାପଡିଥିଲା। ଏହାପରେ ସେ ନିଜେ ହିଁ ସବୁ ଦୋଷ ସ୍ବୀକାର କରିଥିଲା। ନାବାଳକ ଜଣକ ନିଜର ଦାଦା ପୁଅ ଭାଇ ବିଶାଲକୁ ଏ ବିଷୟରେ ଫସାଇବା ସହ କହିଥିଲା ଦୁହେଁ ମିଶିକି ମନ୍ଦିର ଭିତରେ ଦୁଷ୍କର୍ମ କରିଥିଲେ। ଏହା ଜାଣିବା ପରେ ସାନଝି ରାମ ନିଜ ପୁଅକୁ ବଞ୍ଚାଇବା ପାଇଁ ଝିଅଟିକୁ ମାରିଦେଇଥିଲା। ଏହା ସହ ଘୁମନ୍ତୁ ସମ୍ପ୍ରଦାୟର ଲକ୍ଷ୍ୟ ହାସଲ ମଧ୍ୟ କରିପାରିଥିଲେ।