କଟିହାର, ୧୫/୦୫ : ୬୦ ବର୍ଷୀୟ ବରକୁ ୨୨ ବର୍ଷୀୟା କନିଆଁ। ଚଟ୍ ମଙ୍ଗନି ଫଟ୍ ବିହା... ପ୍ରେମ ବୁଝେନା ବୟସ, ମାନେନା ବନ୍ଧବାଡ଼। କେତେବେଳେ କାହା ସହ ବି ହୋଇପାରେ। ବିହାରର କଟିହାରର ଏଭଳି ଏକ ଲଭ୍ ମ୍ୟାରେଜକୁ ନେଇ ଏବେ ସବୁଠି ଚର୍ଚ୍ଚା। ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଦୁହିଁଙ୍କ ଭିଡିଓ। ଏହି ଦୁଇ ପ୍ରେମୀ ଯୁଗଳ ଏକ ଶୂନଶାନ ଜାଗାରେ ବସି ପ୍ରେମ କରୁଥିଲେ। ଏତିକି ବେଳେ ଗ୍ରାମବାସୀ ସେମାନଙ୍କୁ ଧରି ନେଇଥିଲେ। ଏହାପରେ ଦୁହିଁଙ୍କୁ ନେଇ ଗାଁ ମନ୍ଦିରରେ ବାହା କରାଇଦେଲେ।
ସୂଚନାନୁଯାୟୀ, ବିହାରର କଟିହାର ଜିଲ୍ଲାର ମନିହାରୀ ସ୍ଥିତ ବାଘମାରା ପଞ୍ଚାୟତରେ ଏଭଳି ଘଟଣା ଘଟିଛି। ଗାଁର ୬୦ ବର୍ଷୀୟ ସୁଗ୍ରୀମ ପାସୱାନଙ୍କର ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ଦୁଇ ବର୍ଷ ହେଲା ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ। ଦୁହିଁଙ୍କ ମଧ୍ୟରେ ୩୮ ବର୍ଷର ତାରତମ୍ୟ ଥିଲେ ମଧ୍ୟ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ। ସେମାନଙ୍କ ପରିବାର ଏବଂ ଗାଁ ଲୋକ ଏ ବିଷୟରେ ଜାଣି ନଥିଲେ। ବୁଧବାର ଦୁହେଁ ଏକ ଶୂନଶାନ ସ୍ଥାନରେ ବସି ପ୍ରେମ ଗପ କରୁଥିଲେ। ଏତିକି ବେଳେ କିଛି ଗ୍ରାମବାସୀ ସେମାନଙ୍କୁ ଦେଖି ଦେଇଥିଲେ। ସେମାନଙ୍କୁ ଗାଁ ପଞ୍ଚାୟତରେ ହାଜର କରାଗଲା। ଦୁହେଁ ବାହା ହେବାକୁ ଚାହୁଁଥିବା ପଞ୍ଚାୟତ ଆଗରେ କହିଲେ। ଏହାପରେ ଗ୍ରାମବାସୀମାନେ ଦୁହିଁଙ୍କୁ ଗାଁ ମନ୍ଦିରରେ ବିବାହ କରାଇଦେଲେ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଗାଁ ଛକରୁ ସହର ଚା ଦୋକାନ ପର୍ଯ୍ୟନ୍ତ ଏବେ ସବୁଠି ଚର୍ଚ୍ଚା ହେଉଛି। ପ୍ରେମ ପ୍ରକୃତରେ ବୟସ, ରୂପ ଏବଂ ସାମାଜିକ ବନ୍ଧବାଡ଼ ମାନେନା ବୋଲି ଏହି ଘଟଣାରୁ ଲୋକଙ୍କୁ ଭାବିବାକୁ ବାଧ୍ୟ କରିଛି। କଟିହାରର ଏହି ଭାଇରାଲ୍ ବିବାହ ସୋସିଆଲ ମିଡିଆରେ ଲୋକଙ୍କ ପାଇଁ ଆଲୋଚନାର ବିଷୟ ପାଲଟିଛି।
ଏହି ଖବରଟିକୁ ପଢନ୍ତୁ- Unnao Rape Case: ପୂର୍ବତନ ବିଧାୟକ କୁଲଦୀପ ସେଙ୍ଗରଙ୍କୁ ସୁପ୍ରିମ୍ ଧକ୍କା; ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ରଦ୍ଦ !