କ୍ୟାଟ୍ରିନାଙ୍କ ଇଚ୍ଛା ମୋଦିଙ୍କ ସହ ଡିନର୍

ନୂଆଦିଲ୍ଲୀ,୧ା୬(ଏଜେନ୍ସି): ବଲିଉଡ୍ର ଗ୍ଲାମରସ୍ କୁଇନ୍ କ୍ୟାଟ୍ରିନା କୈଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦିନଟିଏ ଡିନର୍ କରିବା ପାଇଁ ନିଜ ଇଚ୍ଛା ପ୍ରକଟ କରିଛନ୍ତି । ‘ଭାରତ’ ଚଳଚିତ୍ରର ପ୍ରମୋସନ ସମୟରେ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ସେ ଏହା କହିଛନ୍ତି । ମୃତ କିମ୍ବା ଜୀବିତ ଥିବା କେଉଁ ୩ ଜଣ ବ୍ୟକ୍ତିଙ୍କ ସହ ସେ ଡିନର କରିବାକୁ ପସନ୍ଦ କରିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ କ୍ୟାଟ୍ରିନା କହିଥିଲେ ନରେନ୍ଦ୍ର ମୋଦି, କଣ୍ଡୋଲିଜା ରାଇସ୍ ଓ ମର୍ଲିନ ମୁନ୍ରୋ ।
ତେବେ ଅଭିନେତା ସଲମାନ୍ ଖାନ୍ କ’ଣ ପସନ୍ଦ ନୁହନ୍ତି କି ବୋଲି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଲେ ମୁଁ ଯାହା ସହ ଡିନର କରିନାହିଁ ତାଙ୍କ ସହ ଡିନର କରିବାକୁ ଚାହୁଁଛି । କିନ୍ତୁ ସଲମାନଙ୍କ ସହ ସେ ଡିନର କରିନଥିବା କହିଛନ୍ତି । କ୍ୟାଟ୍ରିନା କହିଛନ୍ତି ପ୍ରକୃତ କଥା ହେଲା ସଲମାନ୍ ଡିନର ପାଇଁ କେବେ ବାହାରକୁ ଯାଇନଥାନ୍ତି । ତେଣୁ ତାଙ୍କ ସହ ସେ ଡିନର କରିପାରିନାହାନ୍ତି । ତେବେ ସେଠାରେ ଉପସ୍ଥିତ ସଲମାନ ଏହାର କାରଣ ସମ୍ପର୍କରେ କହିଲେ ଯେ କ୍ୟାଟ୍ରିନା ସନ୍ଧ୍ୟା ୬ଟା ୩୦ରେ ଡିନର କରନ୍ତି । ସେହି ସମୟରେ ମୁଁ ଲଞ୍ଚ କରିଥାଏ ।