ଯେଉଁ ବୟସରେ ପିଲା ଖେଳରେ ମାତିଥିଲେ , ମୋ ପୁଅ ଇଞ୍ଜେକ୍ସନ ଗଣୁଥିଲା

ନୂଆଦିଲ୍ଲୀ- କୌନ ବନେଗା କରୋଡପତି ଏକ କ୍ୱିଜ୍ ଗେମ୍ ଶୋ’। କିନ୍ତୁ ଏହି ଶୋ’ରେ ଅନେକ ସମୟରେ ହୋଷ୍ଟ ଅମିତାଭ ବଚ୍ଚନଙ୍କୁ ପ୍ରତିଯୋଗୀମାନେ ନିଜର ହୃଦୟର କଥା କହିଥାନ୍ତି। ନିକଟରେ ପଶ୍ଚିମବଙ୍ଗର ଦୁର୍ଗାପୁରରୁ ଆସିଥିବା ଜଣେ ପ୍ରତିଯୋଗୀ ପୁଲକ କୁମାର ସୁର ନିଜ ପୁଅର ରୋଗ ବିଷୟରେ ଅମିତାଭଙ୍କୁ କହିଥିଲେ। ବିଗ୍ ବି ପୁଲକଙ୍କୁ ସାହସ ଦେଲେ ଏବଂ କହିଲେ ଆପଣଙ୍କର ତପସ୍ୟା ନିଶ୍ଚୟ ସଫଳ ହେବ।
ବଙ୍ଗଳାର ପୁଲକ କୁମାର ସୁର ବିନା କିଛି ଲାଇଫ୍ଲାଇନ୍ ହରାଇ ୬୦ ହଜାର ଟଙ୍କା ଜିତି ନିଜ ନାଁରେ କରି ସାରିଥିଲେ। ଏହାପରେ ଅମିତାଭ ଏକ ରିକ୍ୱେଷ୍ଟକୁ ଗ୍ରହଣ କରି ତାଙ୍କର ପୁଅ ସୌମ୍ଯଦୀପ୍ ସୁରଙ୍କ ସହ ତାଙ୍କର କଥା ଭିଡ଼ିଓ କଲ୍ରେ କରାଇଲେ। ସୌମ୍ୟାଦୀପ କହିଲେ ,ପୁଲକଙ୍କ ସ୍ୱପ୍ନ ଥିଲା କି ସେ ଅମିତାଭ ବଚ୍ଚନଙ୍କ ସହ କେବିସି ଖେଳିବେ। ସାର୍, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି କି , ବାପାଙ୍କର ସ୍ୱପ୍ନ ପୂରଣ ହୋଇଛି , ସାର୍ ଆଜି ମୁଁ ବହୁତ ଖୁସି। ବାପା ଆଜିଯାଏ ଯାହା ବି କରିଛନ୍ତି , ସବୁ ମୋ ପାଇଁ କରିଛନ୍ତି।

ଅମିତାଭ ପୁଅର କଥା ଶୁଣି ପୁଲକଙ୍କୁ କହିଲେ , ଏହା ପିତା-ପୁତ୍ରଙ୍କ ମଧ୍ୟରେ ଖୁବ୍ ବଡ଼ ସଂପର୍କ। ଅମିତାଭ ପଚାରିବା କ୍ଷଣି ପୁଲକ କହିଛନ୍ତି କି , ଯେବେ ସୌମ୍ୟଦୀପ ୭ ବର୍ଷର ଥିଲେ ସେ ବ୍ରେନ୍ କ୍ୟାନସରରେ ପୀଡ଼ିତ ହୋଇଥିଲେ। ଏବେ ପୁଲକ ଏହି ଯନ୍ତ୍ରଣାରୁ ବାହାରି ପାରିନଥିବା ବେଳେ ଦୁଇ ଦିନ ଭିତରେ ଜଣାପଡ଼ିଛି ଏହି କ୍ୟାନସର ୪ର୍ଥ ଷ୍ଟେଜରେ ଅଛି। ଏହି କଥା କହୁ ପୁଲକଙ୍କର ଆଖିରୁ ଲୁହ ଛଳ ଛଳ ହୋଇଗଲା। ସେ କହିଲେ – ଏହି ପୁଅ ନିଜର ଚାଇଲ୍ଡ ହୁଡ୍ ଦେଖିନାହିଁ। ବହୁତ ଫାଇଟ୍ କରିଛି ମୋ ସ୍ତ୍ରୀ ବହୁତ ତ୍ୟାଗ କରିଛନ୍ତି। ଆମେ ୨ବର୍ଷ ପର୍ଯ୍ୟନ୍ତ ନର୍ମାଲ ଲାଇଫ୍ ଦେଖିନାହୁଁ ।
ପୁଲକ ଆହୁରି କହିଛନ୍ତି – ଏହି ପୁଅ ମୋର ୱାରିୟର , ସାର୍। ଇଏ ଜୀବନର ଲଢ଼େଇ ଲଢ଼ିଛି । ମୋତେ କିଏ ପଚାରେ କି ଆପଣଙ୍କର ହିରୋ କିଏ , ତ ମୁଁ କୁହେ ମୋ ମୋର ପୁଅ। ମୁଁ ତାର ସଂଘର୍ଷ ଦେଖିଛି । କାହାପାଇଁ କରିବା ଏହା ସେତେ ସହଜ ନୁହେଁ। ଅମିତାଭ ପୁଲକଙ୍କୁ ଝିଅର ଅବସ୍ଥା ବିଷୟରେ ପଚାରିବାରୁ ପୁଲକ କହିଲେ-ଚିକିତ୍ସା ଜାରି ରହିଛି । ବ୍ରେନ୍ କ୍ୟାନସର ପାଇଁ ରେଡିଏସନ , କେମୋଥେରେପି , ସର୍ଜରୀ ଉଭୟ ଜରୁରି । ଏହାସହ ସବୁ ଚାଲିଛି । ସେ ଅସଲ ଫାଇଟର ।
ଅମିତାଭ ପୁଲସଙ୍କୁ କହିଥିଲେ – ଏହା ଆପଣଙ୍କ ପାଇଁ ବଡ଼ ଗର୍ବର କଥା । ଏହାପରେ ଅମିତାଭ ସୌମ୍ୟଦୀପଙ୍କ ମାଆଙ୍କ ସହ କଥା ହୋଇଥିଲେ ଏବଂ ପଚାରିଥିଲେ ଆପଣଙ୍କ ପାଇଁ କେମିତି ରହିଛି ଏହି ସମୟ। ମାଆଙ୍କର କଥା ଶୁଣି ଅମିତାଭ ମଧ୍ୟ ଇମୋସନାଲ ହୋଇଗଲେ। ସୌମ୍ୟଦୀପଙ୍କର ମାଆ କହିଲେ –ଯେଉଁ ସମୟରେ ଅନ୍ୟ ପିଲାମାନେ କ୍ରିକେଟ ଖେଳିବା ବେଳେ ନିଜର ବଲ୍ କାଉଣ୍ଟ କରୁଥିଲେ, ଏହି ସମୟରେ ମୋର ପୁଅ ନିଜର ଇଞ୍ଜେକ୍ସନ କାଉଣ୍ଟ କରୁଥିଲା। ଆମେ ତାକୁ ମିଛ କଥା କହି ସାନ୍ତ୍ୱନା ଦେଉଥିଲୁ କି , ପୁଅ ତୁ ମଧ୍ୟ ଶୀଘ୍ର ଠିକ୍ ହେବୁ।